କେନ୍ଦ୍ରାପଡ଼ା, ୦୮/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଚୋରି କରି ଏକ କାରରେ ଫେରୁଥିବା ସମୟରେ ସୋମବାର ଭୋର ପ୍ରାୟ ୪ଟା ସମୟରେ ଫକିରାବାଦ ପୋଲ ନିକଟରୁ ସଂପୃକ୍ତ ଇଣ୍ଡିକା କାରଟିକୁ ଟାଉନ ଥାନା ପୋଲିସ ଜବତ କରିଥିଲା । ସେହି କାରରୁ କମ୍ପୁ୍ୟଟର ମନିଟର, ୨ଟି କ୍ୟାମେରା, ୨ଟି ମୋବାଇଲ, ହାତଘଂଟା, ସୁନାମୁଦି, ସୁନାଚେନ, କାଜୁବାଦାମ ଓ ପେସ୍ତାବାଦାମ ପ୍ରଭୃତି ପୋଲିସ ଜବତ କରିବା ସହ କାର ଚାଳକ ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ସେକ ରଫିକଉଲ୍ଲା(୩୦)କୁ ଗିରଫ କରିଥିଲା । କାରରେ ଥିବା ଅନ୍ୟ ୨ଜଣ ଦୌଡି ପଳାଇଥିଲେ । ଭଗବାନପୁର ଗ୍ରାମର ଅର୍ଜ୍ଜୁନ ଚରଣ ରାଉତଙ୍କ ଅଭିଯୋଗ କ୍ରମେ ଟାଉନ ଥାନା କେଶ ନମ୍ବର ୯୪/୨୦୨୧ରେ ଆଇପିସିର ୪୫୭ ଓ ୩୮୦ ଧାରାରେ ଏକ ମାମଲା ରୁଜୁ କରାଯାଇଥିଲା । ସଂପୃକ୍ତ କାରଚାଳକଙ୍କ କୋଭିଡ ପରୀକ୍ଷା କରାଯିବାରେ ପଜିଟିଭ ଆସିବାରୁ ତାଙ୍କୁ ୪୧ସିରେ ନୋଟିସ ଦିଆଯାଇ ଛାଡିଦିଆଯାଇଥିବା ଟାଉନ ଥାନା ସବଇନସପେକ୍ଟର ସୌମ୍ୟରଞ୍ଜନ ଜାଲିଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ
କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା …