Saturday , March 25 2023
Breaking News
Home / ସ୍ୱାସ୍ଥ୍ୟ / ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନଏମ ନିଯୁକ୍ତି ପାଇଁ ଦାବି

ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନଏମ ନିଯୁକ୍ତି ପାଇଁ ଦାବି

ତାରପୁର, ୦୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷେ ହେବ ଏଏନଏମ ନଥିବାରୁ ନାହିଁ ନଥିବା ଅସୁବିଧା ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଛପଡ଼ା, ଏରଡ଼ଙ୍ଗା, ବିଦ୍ୟାଡଧରପୁର ପଂଚାୟତର ଜନସାଧାରଣ ନିର୍ଭର କରୁଥିବାବେଳେ କଟକ ପାରାଦୀପ ରାସ୍ତାର ୩୦୦ ମିଟର ଦୂରରେ ଏହା ଅବସ୍ଥିତ ଥିବାରୁ ପ୍ରତ୍ୟେକ ସମୟରେ ଏହି ରାସ୍ତାରେ ଦୂର୍ଘଟଣା ଜନିତ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି । ଏଠାରେ ଥିବା ଡ଼ାକ୍ତର ସଦା ସର୍ବଦା ଉପସ୍ଥିତ ରହୁନଥିବାରୁ ସାଧାରଣ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ତୁରନ୍ତ ଏଏନଏମ ନିଯୁକ୍ତି ଦେବାକୁ ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ , ମାନସ ଦାସ, ଅନ୍ତର୍ଯ୍ୟାମୀ ସାମଲ, ଅମିତ ମହାପାତ୍ର, କୁଂଜ ବିହାରୀ ସ୍ୱାଇଁ ପ୍ରମୁଖ ଜଗତସିଂପୁର ସିଡ଼ିଏମଓ ଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.