Friday , September 22 2023
Breaking News
Home / ବିଶେଷ / ଇଟା ମାଫିଆଙ୍କ ଆତଙ୍କରାଜ, ଅଳ୍ପକେ ବର୍ତ୍ତୀଲେ ଅତିରିକ୍ତ ତହସିଲଦାର

ଇଟା ମାଫିଆଙ୍କ ଆତଙ୍କରାଜ, ଅଳ୍ପକେ ବର୍ତ୍ତୀଲେ ଅତିରିକ୍ତ ତହସିଲଦାର

ମାହାଙ୍ଗା, ୦୮/୦୭/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) ମାହାଙ୍ଗାରେ ଆଇନ କୁ ହାତକୁ ନେବାକୁ ପଛାଉ ନାହାନ୍ତି ଚୋରା ଇଟା ବାଲି ଓ ମାଟି ମାଫିଆ ।ଏମାନଙ୍କ ଅପରାଧିକ କାର୍ୟ୍ୟ କଳାପ ଦାଣ୍ଡରେ ପଡି ହାଟରେ ଗଡୁଛି ।

ସୂଚନା ମୁତାବକ ବେଆଇନି ଭାବେ ବିଭିନ୍ନ ଗାଁ’ରେ ଇଟା ପୋଡାଯାଇ ଚଢ଼ା ଦର ରେ ବିକ୍ରୀ ହେଉଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର ଗାଁ’ ନିକଟରେ ପହଂଚି ଥିଲେ । ତେବେ ଇଟା ମାଫିଆ ମାନେ ସଂଘବଦ୍ଧ ହୋଇ ଅତିରିକ୍ତ ତହସିଲଦାର ଦିଲୀପ ନାୟକଙ୍କୁ ଆକ୍ରମଣ ଉଦ୍ୟମ କରିବାସହ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ସରକାରୀ ଗାଡି ଭଙ୍ଗାରୁଜା କରିଥିଲେ ।

ଏ ନେଇ ଥାନାରେ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ତହସିଲରୁ ଆସିଥିବା ସରକାରୀ ଅଧିକାରୀଙ୍କୁ ଇଟା ମାଫିଆଙ୍କ କବଳରୁ ରକ୍ଷା କରିବାକୁ ପହଞ୍ଚିଥିବା ମାହାଙ୍ଗା ଗ୍ରାମ ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କୁ ମଧ୍ୟ ଆକ୍ରମଣ କରାଯିବା ଖବର ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ’ , ମାହାଙ୍ଗା ଥାନା ଅଂଚଳରେ ମାତ୍ର ୧୫ ଦିନ ତଳେ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବାଲି ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିବାନେଇ ଏତଲା ହେବାରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ଓ ଅନ୍ୟମାନେ ଏବେବି ଫେରାର ଅଛନ୍ତି । ସେହିପରି ବିନା ଅନୁମତିରେ ମାହାଙ୍ଗା ତହସିଲ ଅଂଚଳରୁ ଦୈନିକ ଜେସିବି ଲଗାଇ ଶହଶହ ଟ୍ରିପ ମାଟି ଓ ବାଲି ଅବାଧରେ ଚାଲାଣ ହେଉଛି । ଏଭଳି ବେଆଇନି କାର୍ୟ୍ୟରେ ଲିପ୍ତ ମାଫିଆ ମାନଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସେମାନେ ପାଲଟା ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ରାଜସ୍ବ ନିରୀକ୍ଷକ ଗଣେଶ ହେମ୍ବ୍ରମଙ୍କ ପରେ ଅତିରିକ୍ତ ତହସିଲଦାର ଦିଲୀପ ନାୟକଙ୍କୁ ଆଜି ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି । ସେହିପରି ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ର ମଧ୍ୟ ଏତଲା ଦେଇଥିବା ଜଣାପଡିଛି ।

ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ, ତହସିଲଦାର ମଧୁସୂଦନ ନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *