Saturday , March 25 2023
Breaking News
Home / ବିଶେଷ / କାଡ଼ାକେନାଲ କାମକୁ କେନ୍ଦ୍ର କରି ବୋମାମାଡ଼

କାଡ଼ାକେନାଲ କାମକୁ କେନ୍ଦ୍ର କରି ବୋମାମାଡ଼

ସାଲେପୁର,୦୭/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – କଟକଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ଗ୍ରାମ ରେ କାଡ଼ାକେନାଲ କାମକୁ ନେଇ ବୋମାମାଡ଼ ହୋଇଛି । ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଗତ କାଲି ବିଳମ୍ବିତ ରାତ୍ରରେ ବୋମାମାଡ଼ ହୋଇଥିଲା । ବୋମା ମାଡରେ ବାରିଗୋଳ  ଗାଁର ମୋକିମ ଖାଁଙ୍କ ଘରର ଝରକା ନଷ୍ଟହୋଇ ଯାଇଛି । ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସୂଚନା ଥାଉକି ୧୦ନଂ ୱାର୍ଡରେ ଏକ କାଡ଼ା କେନାଲ କାମ ପାଇଁ ଜମି ମାପଚୁପ ହୋଇଥିଲା। ଏଥିରେ ସେହି ଗ୍ରାମର ମିର୍ଜା ଇବ୍ରାର ବେଗର  ମୋକିମ  ସହିତ ଝଗାଡ଼ା କରିଥିଲା। ଏଥିସହ ମୋକିମ ପୁଅକୁ ମଧ୍ୟ ଧମକ ଦେଇ ତମ ପରିବାରକୁ ଛାରଖାର କରିଦେବି ବୋଲି ଇବ୍ରାର କହିଥିଲା। ଏହାକୁ  କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରରେ  ଘର ଉପରକୁ ବୋମା ଫିଙ୍ଗି ଥିଲା। ବୋମାରେ ବ୍ୟବହୃତ ହୋଇଥିବା ଗୋଡି, ସୁତୁଲୀ, ଏଣେତେଣେ ଘରଭିତରେ ପଡିଥିବାର ଦେଖିବାକୁ ମିଳିଛି। ପରିବାର ଲୋକେ ଭୟଭୀତଅବସ୍ଥା ରେ ଅଛନ୍ତି । ଏ ନେଇ ମୋକିମ ଖାଁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଆଇନ ଶୃଙ୍ଖଳାକୁ ନଜରରେ ରଖି ପୋଲିସ ଘଟଣା ସ୍ଥଳରେ ଜଗିରହିଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.