କଟକ, ୦୭/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକ ନଗର ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସତ୍ୟ ବ୍ରତ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ ଯାଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଡାନାସୀ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଛନ୍ତି। ଆଗକୁ ବିଡାନାସୀ , ଦେଉଳସହି , ତୁଳସୀପୁର ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ, ସମସ୍ତେ କିପରି ବିଭିନ୍ନ ସମସ୍ୟାର
ସମାଧାନ ସୁବିଧାରେ ପାଇପାରିବେ ତାହା ମଧ୍ୟ ଆଲୋଚନା କରିଥିଲେ। ଆମ୍ଭ ମାନଙ୍କ ଆଶା ଓ ବିଶ୍ୱାସ ପ୍ରଦୀପ୍ତ ସାର ଙ୍କ ସମୟରେ ଲୋକମାନେ କୌଣସି ଅସୁବିଧାର ସମ୍ମୁଖିନ ହେବେନାହିଁ ବୋଲି ସେମାନେ ଏହି ଅବସରରେ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଲଢୁଆ ଯୁବମୋର୍ଚ୍ଚା ର ସାଥି ରଞ୍ଜନ ବେହେରା, ଅକ୍ଷୟ କୁମାର ସାହୁ, ସୁଭମ ବେହେରା, ସୂର୍ୟ୍ୟକାନ୍ତ ବିଶ୍ୱାଳ,ବାସୁଦେବ ବିଶ୍ୱାଳ,ପପୁ ନାୟକ,ଗୁଞ୍ଜନ ନାୟକ,ପ୍ରଭାତ ବାରିକ, ରାକେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
Home / ବିଶେଷ / କଟକ ନଗର ବିଜେପି ଯୁବମୋର୍ଚ୍ଚା ତରଫରୁ ବିଡାନାସୀ ନୂତନ ଥାନା ଅଧିକାରୀ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା