Sunday , November 28 2021
Breaking News
Home / ବିଶେଷ / ଓଡ଼ିଶା ରେ କେନ୍ଦ୍ରୀୟ ଟିମ୍

ଓଡ଼ିଶା ରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୦୭/୦୬/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ୟାସ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସୋମବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଏହି ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସିଛି । ଏହି କେନ୍ଦ୍ରୀୟ ଦଳରେ ୭ ଜଣ ସଦସ୍ୟ ରହିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ୟସ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ ୪ ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ। ଓଡ଼ିଶା ସମାଚାର

About admin

Check Also

ବିଶ୍ୱାସ ବଜାୟ ରଖନ୍ତୁ -ଶ୍ରୀ ଅଖଣ୍ଡ

ପରଂବ୍ରହ୍ମଙ୍କ ପାଖରେ ପରମପିତାଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରି ଭକ୍ତମାନେ ସବୁକିଛି ସମର୍ପଣ କରିଦିଅନ୍ତି । ତନ, ମନ ଓ …

Leave a Reply

Your email address will not be published. Required fields are marked *