କଟକ, ୦୭/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ମଧୁସୂଦନ ସେତୁ ବାଟେ କିଛି ବ୍ରାଉନ ସୁଗାର ବେପାରୀ କଟକ ସହରରେ ବିକ୍ରି କରିବାକୁ ଆସୁଥିବା ରବିବାର ପ୍ରାୟ ଦିନ ଗୋଟାଏ ବେଳେ ବିଶ୍ୱସ୍ତ ସୂତ୍ରରୁ ସିଡ଼ିଏ ଥାନାକୁ ଖବର ମିଳିଥିଲା । ଆଇଆଇସି ସନ୍ଧ୍ୟାରାଣୀ ସିଂହ ଙ୍କ ନିର୍ଦ୍ଧେଶରେ ତୁରନ୍ତ ଏସଆଇ ଅବିନାଶ ପରିଡ଼ା ଏକ ଟିମ୍ ସହିତ ମଧୁସୂଦନ ସେତୁ ନିକଟରେ ପହଂଚି ଗାଡ଼ି ଯାଂଚ ଆରମ୍ଭ କରିଦେଇଥିଲେ । ଏହି ସମୟରେ ଗାଡ଼ି ଯାଂଚ ସମୟରେ ଓଡ଼ି -୦୧-କ୍ୟୁ-୬୯୭୮ ନମ୍ବର ୟାମାହା ମୋଟର ସାଇକେଲ ଓ ଓଆର-୦୧-ଏନ-୦୧୬୦ ଇଣ୍ଡିକା କାର ରେ ଆସୁଥିବା ୩ ଜଣ ଯୁବକ ଙ୍କୁ ପୋଲିସ ଅଟକ ରଖିବା ସହିତ ଯାଂଚ କରିଥିଲା । ଯାଂଚ ସମୟରେ ୧୦ ଟି ପଲିଥିନ୍ ପକେଟ ରେ ଥିବା ୧ କେଜି ୩୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ । ଅଟକ ୩ ଯୁବକ ହେଉଛନ୍ତି ସେକ୍ ତମିର (୨୦) , ସେକ ଏରସାତ୍ (୧୮) ଓ ସେକ୍ ଆଲାଉଦ୍ଧିନ୍ ଆଲିଆସ୍ ଆଲାମୁଦ୍ଧିନ୍ (୧୮) । ସମସ୍ତ ଯୁବକ ଜଳେଶ୍ୱର ଅଂଚଳର । ୧ କେଜି ୩୮ ଗ୍ରାମର ବ୍ରାଉନ ସୁଗାର, ଗୋଟିଏ ୟାମାହା ମୋଟର ସାଇକେଲ ,ଗୋଟିଏ ଇଣ୍ଡିକା କାର ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି । ଏହି ୩ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର