ଭୁବନେଶ୍ୱର, ୦୭/୦୬/୨୦୨୧(ଓଡ଼ିଶା ସମାଚାର)- କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ୫ଟି ସହରରେ ଏହି ସେବାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବା ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମେଡିକାଲ ଅକ୍ସିଜେନ ଆବଶ୍ୟକ କରୁଥିବା ଲୋକଙ୍କ ଘରେ ଏହି ସେବା ଯୋଗାଇ ଦିଆଯିବ । ରାଜ୍ୟର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ ସେବା ଆରମ୍ଭ କରିଛନ୍ତି । ଡୋରଷ୍ଟେପ ଅକ୍ସିଜେନ କନସନଟ୍ରେଟର ସେବା ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ କରୋନା ବିରୋଧୀ ଲଢ଼େଇ ସହଜ ହେବ । ଓଡ଼ିଶା ସମାଚାର