କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗୋପାଳଜୀଉ ପାଟଣା (ଗୋବିନ୍ଦପୁର) ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନଟବର ପ୍ରଧାନଙ୍କ ପତ୍ନୀ ପାର୍ବତୀ ପ୍ରଧାନଙ୍କର ୯୬ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଏ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ଉପସଭାପତି ଫକୀର ମୋହନ ଦାସ, ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକ, ମାଳତି ଦାସ, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ଜିଲ୍ଲା ଉତର ଦାୟଦ ସଂଗଠନର ସଭାପତି ବିଚିତ୍ରା ନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି କୁଳମଣୀ ରାଉତ, ଉପସଭାପତି ବାଉରୀବନ୍ଧୁ ଦାସ, ସମ୍ପାଦକ ପଦ୍ମନାଭ ଦାସ, କୁଞ୍ଜବିହାରୀ ପରିଡା, ଅକ୍ଷୟ ରାଉତ, ପ୍ରଦୀପ ଦାସ, ରାଜ୍ୟ ସଂଗ୍ରାମୀ ସଂଗଠନର ସଭାପତି ନିଳମଣୀ ସାମଲ, ରାଜ୍ୟ ଉତରଦାୟଦ ସଂଗଠନ ସଭାପତି କାଳି ପ୍ରସାଦ ମିଶ୍ର, ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଶିବ ନାରାୟଣ ମିଶ୍ର, ତୁଷାର ଘୋଷଙ୍କ ସମେତ ବହୁ ବୁଦ୍ଧିଜୀବି ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ସଜ୍ଜଳ ନୟନରେ ମଥାନତ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏଥି ସହିତ ଶନିବାର ସନ୍ଧ୍ୟାରେ ନିଜଘରେ ରହି ସଂଗ୍ରାମୀ ଏବଂ ଉତରଦାୟଦ ସଂଗଠନର ସମସ୍ତ ସଦସ୍ୟ ଦିବଙ୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କ ନିକଟରେ ନିରବ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର