ବୃକ୍ଷ ପ୍ରେମିକଙ୍କୁ ବୃକ୍ଷ ମୂଳେ ସମ୍ମାନ
admin
June 6, 2021
ବିଶେଷ
192 Views
କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ ହୋଇଯାଇଛି । ଏହି ମହାନ ଦିବସ ଅବସରରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ନେତୃତ୍ୱରେ ସଦସ୍ୟମାନେ କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଜଜାଙ୍ଗ ଗ୍ରାମରେ
ଅନେକ ବୃକ୍ଷ ରୋପଣ କରି ନିଜ ପିଲା ଭଳି ଯତ୍ନ ନେଇ ବଡ କରିଥିବା ତଥା ବୃକ୍ଷ ମଣିଷ ଭାବେ ପରିଚିତ ଜଗବନ୍ଧୁ ବେହେରାଙ୍କ ପାଖରେ ପହଂଚି ତାଙ୍କ ଦ୍ୱାରା କେତେକ ବୃକ୍ଷ ରୋପଣ କରାଇଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ମଣିଷ ଶ୍ରୀ ବେହେରାଙ୍କୁ ବୃକ୍ଷମୂଳେ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଦସ୍ୟ ଗୌତମ ସାହୁ, ଅଜୟ ପାତ୍ର, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ପରିଚାଳନା ତଥା ସହଯୋଗ କରିଥିଲେ । ଟ୍ରଷ୍ଟର ଏଭଳି ନିାାରା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର