କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅର୍ନ୍ତଗତ ଗୋଖାଖଟି ଗ୍ରାମର ବାତ୍ୟା “ୟାସ” ପିଡିତ ଭିନ୍ନକ୍ଷମ ପରିବାର ଗୁଡିକୁ “ନିର୍ମଳାଦେବୀ ଫାଉଣ୍ଡେସନ” ପକ୍ଷରୁ ଏକ ସପ୍ତାହ ପାଇଁ ରାସନ, ଶୁଖିଲା ଖାଦ୍ୟ ସାମଗ୍ରୀ ଏବଂ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ପାଇଁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ବଂଟନ କରାଯାଇଥିବା ସାମଗ୍ରୀ ମଧ୍ୟରେ ପ୍ରତ୍ୟେକ ପରିବାରଙ୍କୁ ୨ କିଲୋ ଚାଉଳ, ୫୦୦ଗ୍ରାମ ଡାଲି, ୨୫୦ଗ୍ରାମ ସୋରିଷ ତେଲ, ୫୦୦ଗ୍ରାମ ଲୁଣ, ୫୦ଗ୍ରାମ ଜିରା, ୫୦ ଗ୍ରାମ ହଳଦୀ, ୫୦ଗ୍ରାମ ସୋରିସ, ୧ପ୍ୟାକେଟ ବିସ୍କୁଟ, ୫୦୦ଗ୍ରାମ ଚୁଡା, ୨୫୦ଗ୍ରାମ ଗୁଡ, ଗୋଟିଏ ଟୁଥ୍ ପେଷ୍ଟ୍, ୫ଟି ମାସ୍କ, ଗୋଟିଏ ସାନିଟାଇଜର, ୨ଟି ସାବୁନ, ଗୋଟିଏ ଡେଟଲ୍ ବୋତଲ, ମହମବତୀ ଓ ଦିଆସିଲି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦିକା ଡଃ. ପ୍ରଜ୍ଞାଶିଖା ସାମଲ, ସ୍ୱେଛାସେବୀ ପଲ୍ଲବୀକା ସୁନିତା ଦେବାହୁତି ବିପନ୍ନଙ୍କୁ ସାମଗ୍ରୀ ବଂଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତା, ଚିରଞ୍ଜିବୀ, ଗୋ÷ତମ, ପ୍ରଫୁଲ୍ଲ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ-୧୯ମହାମାରୀ ସମୟରେ ମଧ୍ୟ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ବଡଗାଁ ଗ୍ରାମରେ ୧୦୦ଜଣଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଫାଉଣ୍ଡେସନର ସମ୍ପାଦିକା କୁହନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ଅସମୟରେ ତାଙ୍କ ସଂସ୍ଥା ସବୁବେଳେ ଲୋକଙ୍କ ପାଇଁ ଓ ଲୋକଙ୍କ ସହିତ ରହି କାମ କରିବା ପାଇଁ ବଦ୍ଧପରିକର । ଓଡ଼ିଶା ସମାଚାର