Wednesday , May 31 2023
Home / ରାଜନୀତି / ପ୍ରାକୃତିକ ଅମ୍ଳଜାନକୁ ନଷ୍ଟ କରାନଯାଉ – ଜନଶକ୍ତି ପାର୍ଟି

ପ୍ରାକୃତିକ ଅମ୍ଳଜାନକୁ ନଷ୍ଟ କରାନଯାଉ – ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବୃକ୍ଷ ଛେଦନ କରି ରାସ୍ତା ଚଉଡା କରିବା,ଅନାବୃଷ୍ଟି, ବହୁ ବୃଷ୍ଟି, କାଳବୈଶାଖି ଉତ୍ପତିର ମୂଳକାରଣ ଜଙ୍ଗଲ ଧ୍ୱଂସ । ତାହାକୁ ପରିପୁରଣ ନିମନ୍ତେ ନୂତନ ବନିକରଣ କରାଯଉ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ କହିଛନ୍ତି । ଅମ୍ଳଜାନ ପରିବେଶ ତଥା ବାୟୁମଣ୍ଡଳକୁ ନିୟନ୍ତ୍ରିତ କରିଥାଏ । ବୃକ୍ଷହିଁ ଜୀବନ । ବନ୍ୟା,ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ରୁ ବୃକ୍ଷ ରକ୍ଷା କରିଥାଏ । ରାଜ୍ୟରେ ଜାତୀୟ ରାଜପଥ କଡରେ ଥିବା ମହାମେରୁ ବୃକ୍ଷମାନଙ୍କୁ କଟାଯାଇଧ୍ୱଂସ କରିଦିଆଯାଇଛି । ବାତ୍ୟା ପରି ବିପର୍ଯ୍ୟୟ ପରେ ଲୋକମାନେ ରାସ୍ତାକଡରେ ଥିବା ବା ସରକାରୀ ଜମିରେ ଥିବା ବିଭିନ୍ନ ବୃକ୍ଷକୁ କାଟି ଚୋରି କରି ନେଇଯାଇଥାନ୍ତି । ମନୁଷ୍ୟ ଶରୀର ପାଇଁ ଅମ୍ଳଜାନର ଜରୁରୀ ଆବଶ୍ୟକତା ଥିବାବେଳେ ବିଶେଷ କରି କରୋନା ସମୟରେ ପ୍ରକୃତିଦ ଅମ୍ଳଜାନର ଅଭାବ ରହୁଛି । ମହାମାରୀ କରୋନା ଭଳି ରାକ୍ଷସ କବଳରୁ ପ୍ରାକୃତିକ ଅମ୍ଳଜାନ ରକ୍ଷା କରିପାରନ୍ତା । ବେଳହୁଁ ସାବଧାନ ନୀତିରେ ବୃକ୍ଷରୋପଣ ପ୍ରତି ଉଚିତ ଧ୍ୟାନ ଦେବାର ଆବଶ୍ୟକତାକୁ ଗୁରୁତ୍ୱଦେଇ ବୃକ୍ଷରୋପଣ କରାଯାଉ । ପ୍ରାକୃତରିକ ଅମ୍ଳଜାନକୁ ନଷ୍ଟ ନକରାଯାଇ ସଦ ବିନିଯୋଗ କରାଯାଉ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି । ସରକାରଙ୍କ ପକ୍ଷରୁ ଏଥିନିମନ୍ତେ କଡା ଆଇନ ପ୍ରଣୟନ କରାଯିବା ସହିତ ଜନସାଧାରଣଙ୍କୁ ସଚେତନ କରାଯିବା ଓ ଉନ୍ନତ ଜୀବନଶୈଳି,ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ପ୍ରତ୍ୟେକ ଲୋକ ଅନୁ୍ୟନ୍ୟ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଶ୍ରୀ ଦାଶ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.