ଗରଦପୁର, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସର ସାର୍ଥକ ରୂପାୟନ ପାଇଁ ଆଜି ଦିନ ଠାରୁ ଏକ ସପ୍ତାହ ଧରି ଗରଦପୁର ବ୍ଲକ୍ ପାଖଡ଼ ପଂଚାୟତସ୍ଥିତ ବଙ୍ଗାଳପୁର ଗ୍ରାମର ରୁଦ୍ରସେନା ଯୁବ ସଂଗଠନ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ପର୍ଯ୍ୟାବରଣ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଗ୍ରାମ ସ୍ମଶାନ ତୁଳସୀ ପଡ଼ିଆ ଠାରେ ବୃକ୍ଷ ରୋପଣ ଓ ପର୍ଯ୍ୟାବରଣ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୂର୍ଯେ୍ୟାଧନ ମହାନ୍ତି, ସାମ୍ବାଦିକ ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ଦିବସର ତାତପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଗ୍ରାମର ଶତାୟୁ ପୁରୁଷ ଗଜେନ୍ଦ୍ର ନାଥ ମହାପାତ୍ରଙ୍କ ହାତରେ ବୃକ୍ଷ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ପରେ ଅତିଥି ଓ ସଂଗଠନର ସଦସ୍ୟମାନେ ତୁଳସୀ ପଡ଼ିଆ ସ୍ମଶାନରେ ବିଭିନ୍ନ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତଥା ଯୁବ ସଂଗଠନକୁ ଉତ୍ସାହିତ କରିବା ପାଇଁ ଉପଦେଷ୍ଟା ସୁବାସ ଚନ୍ଦ୍ର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ରମଶେ ଚନ୍ଦ୍ର ସ୍କାଇଁ, ୱାର୍ଡ଼ ସଭ୍ୟ ନିରାକାର ସ୍ୱାଇଁ, ନରୋତମ ମଙ୍ଗରାଜ, କମଳାକାନ୍ତ ମଙ୍ଗରାଜ, କୁଶ ସ୍ୱାଇଁ, ସୁସିଲ ଚୌଧୁରୀ, ନଗେନ୍ଦ୍ର ବେଉରା, ନୃସିଂହ ଚରଣ ସାହୁ ପ୍ରମୁଖ ସହଯୋଗ କରିବା ସହିତ କରୋନା ମହାମାରୀରୁ ସୁରକ୍ଷା ପ୍ରଦାନ ପାଇଁ ଜନ ସଚେତନତାର ବର୍ତା ଦେଇଥିଲେ । ରୁଦ୍ରସେନା ଯୁବ ସଂଗଠନର ଅଗ୍ରଣୀ ଯୁବକ ସାରଦା ପ୍ରସନ୍ନ ସ୍ୱାଇଁ ଆକାଶ ବର୍ମନ ସ୍ୱାଇଁ, ସୌଭାଗ୍ୟ କୁମାର ସ୍ୱାଇଁ, ରାଜକିଶୋର ଚୌଧୁରୀ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ସଂଗଠନର ସମସ୍ତ ସଦସ୍ୟ ସର୍ବଶ୍ରୀ ପ୍ରକାଶ ସ୍ୱାଇଁ, ଭାଗ୍ୟଧର ସେଠୀ, ବିକାଶ ବର୍ମନ ସ୍ୱାଇଁ, ତାପସ ସ୍ୱାଇଁ, ଶ୍ରୀବତ୍ସ ସ୍ୱାଇଁ, ଶୁଭ୍ରଜିତ , ରଜନୀକାନ୍ତ, ଆଶୁତୋଷ, ଦୀପ୍ତିରଂଜନ , ଅମରେନ୍ଦ୍ର, ମହେନ୍ଦ୍ର, କାହ୍ନା ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର