କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦୋନ୍ନତି ପାଇଥିବା ୧୨ଜଣ ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ପରିବେଶବୀତ ପାର୍ଥସାରଥୀ ବେହେରା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପଦୋନ୍ନତି ପାଇଥିବା ୧୨ ଜଣ ନିବ ନିଯୁକ୍ତ ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂଙ୍କୁ ଉତରୀୟ,ପୁଷ୍ପଗୁଛ ଓ ଗୋଟିଏ ଗୋଟିଏ ଫଳନ୍ତି ବୃକ୍ଷ ଚାରା ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏଥିସହିତ ନବ ନିଯୁକ୍ତ ଶିକ୍ଷକମାନଙ୍କୁ କିପରି ନୂତନ ପ୍ରଣାଳୀରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରଧାନ ଶିକ୍ଷକଙ୍କ ଅନୁମତି ନେଇ କାମ କରିବେ ଜଣେ ପ୍ରଧାନ ଶିକ୍ଷକ ଭାବରେ ଉପଦେଶ ଦେଇଛନ୍ତି । ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିବା ବୃକ୍ଷର ଚାରାକୁ ସେମାନଙ୍କ ବିଦ୍ୟାଳୟରେ ଲଗାଇ ବିଶ୍ୱ ପରିବେଶ ଦିବସରେ ଅମ୍ଳଜାନର ବୃଦ୍ଧି କରିବା ସେଙ୍ଗ ସେଙ୍ଗ ପୃଥିବୀକୁ ଧ୍ୱଂସ କରୁଥରବା ବିଶ୍ୱ ତାପନ କ୍ଷମତାକୁ ପ୍ରତିହତ କରି ସମାଜମଙ୍ଗଳ କରିବାକୁ ସଚେତନତା ବାର୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜଗଦିଶ ସେଠୀ, ସଙ୍ଘମିତ୍ରା ଦ୍ୱିବେଦୀ,ସଶ୍ମିତା ମଳିକ, ସଶ୍ମିତା କର, ସୁଚିଶ୍ମିତା ତ୍ରିପାଠୀ, ଚନ୍ଦ୍ରମା ଲେଙ୍କା, ପ୍ରବୀଣ କୁମାର ବେହେରା, ତାପସ କୁମାର ବେହେରା, ବନ୍ଦିତା ସ୍ୱାଇଁ, ବିଶ୍ୱ କଲ୍ୟାଣୀ ଓଝା, ଅନିତା ଧଳ, ବିପିନ ଦାସ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ନିଶିତ ବାରିକଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସାମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର