Wednesday , December 8 2021
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାଣପୁର ପଂଚାୟତରେ ବିଶୋଧନ କାର୍ଯ୍ୟକ୍ରମ ଓ ଜନସଚେତନତା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାଣପୁର ପଂଚାୟତରେ ବିଶୋଧନ କାର୍ଯ୍ୟକ୍ରମ ଓ ଜନସଚେତନତା

 କଟକ,୦୬/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ସଦର କିଶନନଗର ଥାନା ଉପକଣ୍ଠ ମାଣପୁର ପଞ୍ଚାୟତର କଲରାବାଙ୍କ, ତିଆଡିସାହି, ସାଧୁସାହି, ଲେଉଟିଆକଣ ଆଦି ବହୁ ଗ୍ରାମ,ସ୍ଥାନୀୟ ହନୁମାନ ମନ୍ଦିର, ଦୋକାନ, ଏଟିଏମ, କାନାରା ବ୍ୟାଙ୍କ, କଲରାବାଙ୍କ ଡାକଘର, ଅନାଦି ସାମନ୍ତ ମେମୋରିଆଲ ହସପିଟାଲ, ପୋଲିସ ଫାଣ୍ଡି, ନିଳିମାରାଣୀ କ୍ୟାଣ୍ଟିନ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଆଦି କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ ସାମଗ୍ରୀ ସିଂଚନ ସହ ଜନ ସଚେତନତା ଓ ନୋଜମାସ୍କ ବଣ୍ଟନ କରାଯାଇଛି । ଏହି ସେଵାକାର୍ଯ୍ୟ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ କବି ଭୂଷଣ ଆଚାର୍ଯ୍ୟ,ସଂଜୟ ପରିଡା,ହେମନ୍ତ ବେହେରା,ସୁବାଷ ଭୋଇ,ସଂଜୀବ ବାରିକ,ଶରତ ସେଠୀ,ସୁରେଶ ଦାସ,ପ୍ରତାପ ଭୋଇ,ପ୍ରକାଶ ରାଉତ ପ୍ରମୁଖ ବହୁ କର୍ମକର୍ତ୍ତା  ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *