କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱପରିବେଶ ଦିବସ । ସାରାବିଶ୍ୱରେ ୧୯୭୪ ମସିହାଠାରୁ ଏହି ଦିବସ ପାଳନ ହୋଇଆସୁଛି । ଏହି ଦିବସର ବିଶେଷତ୍ୱ ହେଉଛି ଦିନକୁ ଦିନ ପ୍ରକୃତି ଯେଭଳି ମାନବ ସମାଜ ଉପରେ କ୍ରୁର ରୂପ ଧାରଣ କରୁଛି ତାକୁ ମଣିଷ ସମାଜକୁ ବୁଝିବାକୁ ପଡିବ । ଦିନକୁ ଦିନ ବିଶ୍ୱରୁ ବିଭିନ୍ନ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇବାକୁ ବସିଲେଣି । ପ୍ରକୃତିର ତାଣ୍ଡବ ଲୀଳାରେ ହିମ ପ୍ରଭାବଠାରୁ ଅଂଶୁଘାତ, ବାତ୍ୟା, ବନ୍ୟା ଦେଖିବାକୁ ମିଳୁଛି । ବାୟୁ ପ୍ରଦୁ୍ୟଷଣ ଯୋଗୁ ଆଜି ବିଭିନ୍ନ ସହରମାନଙ୍କରେ ମାସ୍କ ନ ପିନ୍ଧି ଆଉ ନିଶ୍ୱାସ ନେବା ସମ୍ଭବ ହେଉ ନାହିଁ । କଳକାରଖାନା ବର୍ଜ୍ୟବସ୍ତ୍ରୁ ଜଳକୁ ଦୁଷିତ କରୁଛି । ଆକାଶରେ ଓଜନସ୍ତରରେ କଣାହେତୁ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖାଦେଲାଣି । ଜଙ୍ଗଲର ପରିମାପ ୨୮ଭାଗରୁ କମି ୨୨ଭଗ ହେଲାଣି । ଅତି ସଙ୍ଗୀନ ଅବସ୍ଥାରେ ମଣିଷକୁ ଚିନ୍ତା କରିବାକୁ ପଡିବ । ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବା ସହିତ ପ୍ରତି ବିବାହ ଉତ୍ସବରେ ଗଛ ଲଗାଇବାର ବାର୍ତା ଦେବା ସହିତ ଗାଡି ମଟର ଧୂଆଁକୁ ଯଥା ସମ୍ଭବ କମ୍ କରିବାକୁ ପଡିବ ବୋଲି “ଆହ୍ୱାନ”ପକ୍ଷରୁ ଆହୁତ ବୈଠକରେ ମତ ପ୍ରକାଶ ପାଇଛି । ଏହି ବୈଠକରେ ଆହ୍ୱାନର ଉପସଭାପତି ଡଃ. ବାବୁଲାଲ କର, ସମ୍ପାଦକ ନିରଞ୍ଜନ ପଣ୍ଡା, ସହ ସମ୍ପାଦିକା ସଂଯୁକ୍ତା ରାଉତ, ଶିକ୍ଷକ ନେତା ବସନ୍ତ ବାରିକ, ଜିତେନ୍ଦ୍ର ମୋହନ ସିଂହ, ନାରୀ ନେତ୍ରୀ ସୁଶ୍ରୀ ସୁବାଶିନୀ ଭଦ୍ର, ଆହ୍ୱାନର ପୃଷ୍ଠ ପୋଷକ ଆଇନଜୀବି ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ କୋଭିଡ ନିୟମ ଅନୁପାଳନ ପୂର୍ବକ ବୈଠକରେ ଯୋଗଦେଇ ମତ ବିନିମୟ କରିଥିଲେ । ଶେଷରେ ଆହ୍ୱାନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …