Wednesday , December 8 2021
Home / ବିଶେଷ / ଅଗ୍ନୀକାଣ୍ଡରେ ୨ ବଖରା ଜଳିଗଲା

ଅଗ୍ନୀକାଣ୍ଡରେ ୨ ବଖରା ଜଳିଗଲା

ଗରଦପୁର, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇ ପଂଚାୟତର ଓଉପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ହୃଷିକେଶ ପ୍ରଧାନଙ୍କର ୨ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି । ଗୋଟିଏ ବଖରା ଘରେ ଖାଦ୍ୟ ଶସ୍ୟ, ଗୃହ ଉପକରଣ ଜିନିଷ ପତ୍ର ନଷ୍ଟ ହୋଇଥିବାବେଳେ ଅନ୍ୟ ଏକ ବଖରା ରେ ଥିବା ୫ ଗୋରୁ ଗାଈଙ୍କ ଶରୀର ଆର୍ଧାଧିକ ପୋଡ଼ିଯାଇଛି । ଖବର ପାଇ କୋରୁଆ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବାବେଳେ ପଶୁ ଚିକିତ୍ସାଳୟ ପକ୍ଷରୁ ଆହତ ଗୋରୁ ଗାଈଙ୍କ ଚିକିତ୍ସା କରାଯାଇଛି । ଅଗ୍ନୀକାଣ୍ଡର କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *