Sunday , September 26 2021
Breaking News
Home / ଶିକ୍ଷା / ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର ସାମାଜିକ ସମ୍ମାନ ସହ ଜୀବିିକାର ଗ୍ୟାରେଂଟି । ବିଶ୍ୱ ଶିକ୍ଷକ ସଂଗଠନର ଉପ ସଭାପତି ଥିବା ସ୍ୱର୍ଗତ ବରାଳ ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାର ଅନୁଶୀଳନ କରିଥିବା କାରଣରୁ ଦୁର୍ବାର ଶିକ୍ଷକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ତଥା ଜତୀୟ ଶିକ୍ଷା ବ୍ୟବସ୍ଥାରେ ଆଣି ପାରିଥିଲେ ଉପଯୋଗୀ ପରିବର୍ତନ । ତାଙ୍କର ଆବର୍ତମାନରେ ଶିକ୍ଷକ ସଂଗଠନ ବହୁଧା ବିଭକ୍ତ ହୋଇପଡିଥିବା କାରଣରୁ ସରକାରମାନେ ଆଜିର ଶିକ୍ଷକଙ୍କୁ ଠିକା ଶ୍ରମିକରେ ପରିଣତ କରିବା ସହ ନୂତନ ଶିକ୍ଷାନୀତି ନାମରେ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବା ପାଇଁ ଉଦ୍ୟମ କରିଛନ୍ତି । ଏପରି ସ୍ଥିତିରୁ ଶିକ୍ଷା ବ୍ୟବସ୍ଥା ଓ ଭବିଷ୍ୟତ ପିଢିକୁ ଉଦ୍ଧାର କରିବା ପାଇଁ ଶିକ୍ଷକ ସମାଜର ଐକ୍ୟବଦ୍ଧ ସଂଗ୍ରାମ ଲୋଡା ବୋଲି ସ୍ୱର୍ଗତ ବରାଳଙ୍କ ୮୭ତମ ଜୟନ୍ତୀ ପର୍ବରେ ଯୋଗ ଦେଇଥିବା ନେତୃତ୍ୱ ମାନେ ମତ ପ୍ରକାଶ କରିଛନ୍ତି । କୋଭିଡ କଟକଣା ଅନୁଶାସନ ମଧ୍ୟରେ ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଜିଲ୍ଲା ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷକ ମହାସଂଘ ଦ୍ୱାରା ଆୟୋଜିତ ଜୟନ୍ତି ପର୍ବରେ ସଂଗଠନର ଜିଲ୍ଲା ସମ୍ପାଦକ ନବଘନ ମହାରଣା, ବେସରକାରୀ କଲେଜ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଅଧ୍ୟାପକ ରଞ୍ଜିତ ଦାସ, ଶିକ୍ଷକ ନେତା ଦିବାକର ଜେନା ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାଧ୍ୟାପକ ପ୍ରଭାକର ମଲ୍ଲିକ, ଗୋଲଖ ଚନ୍ଦ୍ର ମହାଭୋଇ, ଶୁଭାଂଶୁ ଦାସ, ରମଣୀରଞ୍ଜନ ରାଉତରାୟ, ବାବାଜୀ ଧଳ, ଗୟାଧର ଧଳ, କରୁଣାକର ଦାସ, ଶିକ୍ଷାବୀତ ତଥା ପରିବେଶବୀତ କାଶିନାଥ ରାଉତରାୟ, ଅବଧୁତ ରାଉତ, ସୁରେଶ ପଟ୍ଟନାୟକ, ବୈଷ୍ଣବ ସ୍ୱାଇଁ , ରାଜକିଶୋର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଦିକନ୍ଦ ରାଉଳ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ଅମୀୟ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ୧୯୮୪ ଓ ୧୯୮୯ ମସିହାର ଐତିହାସିକ ଶିକ୍ଷକ ଆନ୍ଦୋଳନରେ ଜିଲ୍ଲାରେ ନେତୃତ୍ୱ ନେଇ କାରାବରଣ କରିଥିବା ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଚରଣ ନାୟକଙ୍କୁ ଅବନୀ ବରାଳ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ତେଣ୍ଡାକୁଡ଼ା ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ କମିଟି ବୈଠକ ଅନୁଷ୍ଠିତ

ଗରଦପୁର,୨୩/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ର ମୋ ସ୍କୁଲ କମିଟି …

Leave a Reply

Your email address will not be published. Required fields are marked *