ମାହାଙ୍ଗା ,୦୫/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ୮୧ବର୍ଷ ବୟସ ରେ ପରଲୋକ ଘଟିଛି । ଶ୍ରୀ ବର୍ମା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ଶ୍ରୀ ବର୍ମା ୨୦୦୪ ରୁ ୨୦୦୯ ପର୍ୟ୍ୟନ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରୁ ବିଜୁଜନତା ଦଳର ବିଧାୟକଥିଲେ।ଏହା ପୂର୍ବରୁ ରାଜ୍ୟବିହନ ନିଗମ ର ଅଧ୍ୟକ୍ଷ ଥିଲେ। ସେ ଜଣେ ବିଶିଷ୍ଟ ଶିକ୍ଷାବିତ ଓ ଶିକ୍ଷକ ନେତାଥିଲେ । ମାହାଙ୍ଗା ଜେ.ଏନ.କଲେଜ ପ୍ରତିଷ୍ଠା ରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତିଥିଲେ। ତାଙ୍କର ବିୟୋଗ ରେ ପଞ୍ଚାୟତି ରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକପ୍ରକାଶ କରିଛନ୍ତି।ସେହିପରି ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ତଥା କଟକ ସଦର ନେତା ଦିଲ୍ଲୀପ ମଲ୍ଲିକ ଗଭୀର ଶୋକପ୍ରକାଶ କରି ଶୋକ ବାର୍ତାପଠାଇଛନ୍ତି । ଓଡ଼ିଶା ସମାଚାର