ଗରଦପୁର,୦୫/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ର ଅନ୍ୟତମ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ନିଶ୍ଚିନ୍ତା ଶାସନସ୍ଥିତ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନିଜ ନିଜ ଜନ୍ମ ଦିନରେ ଗଛ ଲଗାଇ ଏକ ସବୁଜ ସୁନ୍ଦର ବିଶ୍ୱ ନିର୍ମାଣରେ ବ୍ରତୀ ହେକୁ ଅନୁରୋଧ କରିଥିଲେ । ଏଥି ସହିତ ନଡ଼ିଆ, ଲିମ୍ବ , ଆକାଶିଆ, ପିଜୁଳି, ବଉଳ ଚାରା ଆଦି ରୋପଣ କରିଥିଲେ । ପରେ ପରେ ଅନୁଷ୍ଠାନ ତରଫରୁ ଆୟୋଜିତ ପଦଯାତ୍ରାରେ ପରିବେଶ ସୁରକ୍ଷା ସମ୍ପର୍କରେ ସ୍ଲୋଗାନ ଦିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ, ଶିକ୍ଷକ ବିଦୁ ପ୍ରସାଦ ରଥ, ଶିକ୍ଷୟିତ୍ରୀ ପ୍ରମିଳା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ତହସିଲଦାର ଶ୍ରୀ ବେହେରାଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର