ଗରଦପୁର,୦୫/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସରକାରୀ ଉଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ସବୁଜ ବାହିନୀ ତରଫରୁ ଏହି ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଯୋଗଦେଇ ବିଶ୍ୱ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ର ତାତପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ରତ୍ୟେକ ବିଦ୍ୟାର୍ଥିମାନେ ନିଜର ଜନ୍ମ ଦିନରେ ବୃକ୍ଷ ରୋପଣ ପାଇଁ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଆଡ଼ଭୋକେଟ ରଂଜନ କୁମାର ମଲିକ , ଏନସିସି ଅଫିସର ସୌମେନ୍ଦ୍ର କୁମାର ସେଠୀ ଯୋଗ ଦେଇଥିଲେ । ପରିବେଶ ସଚେତନତା ସମ୍ପର୍କରେ ଶୋଭାଯାତ୍ରା , ବୃକ୍ଷରୋପଣ କାର୍ଯ୍ୟକ୍ରମ , ମାସ୍କ ବଂଟନ ସହିତ ବିଦ୍ୟାଳୟ ପରିବେଶକୁ ପରିସ୍କାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସସ୍ମିତା ମଲିକ, ନମିତା ସାହାଣୀ ଓ ଅମିତ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର