Sunday , April 2 2023
Breaking News
Home / ରାଜନୀତି / କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର  ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଶୁକ୍ରବାର ଜିଲ୍ଲାପାଳଙ୍କ ସ୍ଥାନୀୟ ଗରାପୁର ସ୍ଥିତ ଆବାସିକ କାର୍ଯ୍ୟାଳୟରେ କଂଗ୍ରେସ ପ୍ରତିନିଧି ଦଳ ପହଂଚି ବର୍ତମାନ ସବୁଠାରୁ ଅଧିକ ଆବଶ୍ୟକତା ସମ୍ପନ୍ନ କାର୍ଯ୍ୟ କୋଭିଡ ଟୀକାକରଣକୁ ସମଗ୍ର ଦେଶ ତଥା ଆମ ଜିଲ୍ଲାରେ ଯଥା ଶୀଘ୍ର ତ୍ୱରାନ୍ୱିତ କରିବା ସହ ସମ୍ପୂର୍ଣ୍ଣ ମାଗଣାରେ କରାଯିବାକୁ ଦାବି ଉପସ୍ଥାପନା କରାଯାଇଥିଲା । କେନ୍ଦ୍ରସରକାରଙ୍କ ଦୋମୁହାଁ ନୀତିକୁ ବିରୋଧ କରାଯିବା ସହ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ସମେତ ରାଜେଶ ମହାନ୍ତି , ମଙ୍ଗୁଳି ଚରଣ ବେହେରା , ରବିନାରାୟଣ ବେହେରା, ଉମେଶ ତ୍ରିପାଠୀ , ପ୍ରଫୁଲ୍ଲ କୁମାର ଦାସ, ଚିତ୍ରସେନ ପରିଡା, ସମ୍ବିତ ଶ୍ରୀଚନ୍ଦନ, ବିବେକ ବିକାଶ ମହାନ୍ତି, ପ୍ରଭାତ କୁମାର ଉଡାନ ସିଂ, ସେକ୍ ଆମୀର ଅହମଦ୍, ସେକ୍ ପରଭେଜ , ସଂଜୟ ରାଉତ, କମଳାକାନ୍ତ ବେହେରା , ମହମଦ୍ ଆକବର ଅଲ୍ଲୀ, ଗୋପାଳକୃଷ୍ଣ ଜେନା, ସନ୍ତୋଷ ପାଣିଗ୍ରାହୀ, ହିମାଂଶୁ ବେହେରା, ଅଡଭୋକେଟ ମୁକ୍ତାର ଅଲ୍ଲୀ, ମୁକ୍ତାର ଖାଁ, ନାରାୟଣ ପରିଡା, ମହେନ୍ଦ୍ର ପରିଡା, ରତିକାନ୍ତ ସାମଲ, ଚନ୍ଦନ ଦାଶ, ନିରାକାର ପରିଡା, ବିକ୍ରମ ମହାପାତ୍ର, ଅନ୍ତର୍ଯ୍ୟାମୀ ପରିଡା ପ୍ରମୁଖ କଂଗ୍ରେସ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.