ଭୁବନେଶ୍ୱର,୦୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭,୩୯୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪,୧୬୯ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୩ ,୨୨୬ଜଣ ସ୍ଥାନୀୟ ଲୋକ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୪୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮୫ଜଣ, ବରଗଡ଼ ଜିଲ୍ଲାରୁ ୧୭୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୧ଜଣ, ବୌଦ୍ଧ ଜିଲ୍ଲାରୁ ୧୩୩ଜଣ, କଟକ ଜିଲ୍ଲାରୁ ୮୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୫୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୨ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୮ଜଣ, ଯାଜପୁର ଜିଲ୍ଲାରୁ ୫୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୬ଜଣ, କନ୍ଧମାଳ ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୬୯ଜଣ, କୋରାପୁଟ ଜିଲ୍ଲାରୁ ୧୬୧ଜଣ, ମାଲକାନଗିରି ଜିଲ୍ଲାରୁ ୧୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୮୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୬ଜଣ, ନୟାଗଡ଼ ଜିଲ୍ଲାରୁ ୨୪୩ଜଣ, ନୂଆପଡ଼ା ଜିଲ୍ଲାରୁ ୨୨ଜଣ, ପୁରୀ ଜିଲ୍ଲାରୁ ୩୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୭ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୭ଜଣ, ଷ୍ଟେଟ୍ ପୁଲ୍ ରୁ ୧୪୫ଜଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୬୦୯୪ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୬ ଜଣ ପୁରୁଷ ଓ ୧୪ ଜଣ ମହିଳା । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର ଓ ଦେବଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୪୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୫୨ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଆଉ ୭୮୬୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଥିବାବେଳେ ଏବେ ସୁଦ୍ଧା ରାଜ୍ୟରେ ୧୨୧୧୧୧୪୩ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର