Tuesday , December 7 2021
Breaking News
Home / ବିଶେଷ / ହେମଲତା ନଟବର ଫାଉଣ୍ଡେସନ୍ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ହେମଲତା ନଟବର ଫାଉଣ୍ଡେସନ୍ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଗରଦପୁର, ୦୪/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ମହମୁଦା ଗ୍ରାମର ହେମଲତା ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଜଣକ ଏକାଦଶାହ କର୍ମରେ ସହଯୋଗ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଭାତପଡ଼ା ଗ୍ରାମର ବିନୋଦିନୀ ମହାରାଜ ଙ୍କ ଏକମାତ୍ର ପୁତ୍ର ରିଙ୍କୁ (୨୪) ଙ୍କର ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି । ଏହି ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଟ୍ରଷ୍ଟ ପକ୍ଷରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଭାପତି ଶିକ୍ଷାବିତ ଅନାଦି ଚରଣ ମହାନ୍ତି ଓ ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ପିଡ଼ିତଙ୍କ ଘରେ ପହଂଚି ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଳିଆଘାଇ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସମସ୍ତ କର୍ମଚାରୀ ତଥା ଶିକ୍ଷାବିତ ନିମାଇଁ ଚରଣ ବେହେରା, ଅଭୟ କୁମାର ମହାରାଜ ପ୍ରମୁଖ ଉପସ୍ଥିତ ହୋଇ ତାଙ୍କର ଏହି ଦୁର୍ଦ୍ଧିନରେ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *