Wednesday , May 31 2023
Home / ବିଶେଷ / ହାଇୱା ଜବତ,୫୦ ହଜାର ଟଙ୍କା ଫାଇନ

ହାଇୱା ଜବତ,୫୦ ହଜାର ଟଙ୍କା ଫାଇନ

ଭୁବନ ୦୪/୦୬/୨୦୨୧(ଓଡ଼ିଶା ସମାଚାର)- ବେଆଇନ ଭାବେ ଖଣିଜ ଦ୍ରବ୍ୟ ଚାଲାଣ କରୁଥିବା ଅଭିଯୋଗରେ ୨ ଟି ହାଇୱା ଗାଡିକୁ ଜବତ କରାଯାଇ ୫୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି । ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଆଜି ସକାଳ ୭.୩୦ ମିନିଟ ସମୟରେ ଯମୁନାକୋଟ ଛକରେ ବାଲି ବୋଝେଇ କରି ଆସୁଥିବା ଓଡି୦୪ ଡି-୭୩୮୪ ଏବଂ ଓଆର ୦୪ଇ-୦୦୯୭ ବିଶିଷ୍ଟ ହାଇୱା ଗାଡିକୁ ଅଟକାଇ କାଗଜ ପତ୍ର ଯାଂଚ କରିଥରଲେ । ବେଆଇନ ବାଲି ଚାଲାଣ ଅଭିଯୋଗରେ ଦୁଇଟି ଗାଡିରୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଏହି ଚଢାଉରେ ଭୁବନ ରାଜସ୍ୱ ନିରୀକ୍ଷକ ସଂଜୟ କୁମାର ଭୋଇ,ଗଡନୃସିଂହ ପ୍ରସାଦ ରାଜସ୍ୱ ନିରୀକ୍ଷକ ଅରବିନ୍ଦ ସାହୁ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.