ରଘୁନାଥପୁର, ୦୪/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଂଚଳର ସାଧାରଣ ଜନତା ଙ୍କ ସୁବିଧା ପାଇଁ ପଂଚାୟତ ଓ ବ୍ଲକ୍ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି କିଛି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ପାଇଁ ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ୯ ନମ୍ବର ୱାର୍ଡ଼ ଗୋଛାୟତ ସାହିରେ । ଏହି ସାହିରେ ବାସ କରୁଥିବା ୧୦ ଗୋଟି ପରିବାର ସାହିକୁ ଏକ ରାସ୍ତା ଓ ପିଇବାକୁ ପାଣି ପାଇଁ ଦାବି କରି ଆସୁଥିଲେ ବି ସେମାନଙ୍କ କଥା କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ୧୦ ଗୋଟି ପରିବାର ନିର୍ଭର କରୁଥିବା ନଳକୂପ ଟି ବର୍ଷ ସାରା ଖରାପ ହୋଇଥିଲେ ବି ଏହାର ମରାମତି କରାଯାଉନଥିବାରୁ ସାହିର ବାସିନ୍ଦାମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ନୂ୍ରଳକୂପର ମରାମତି ପାଇଁ ବାରମ୍ବାର ସରପଂଚ ଙ୍କ ଦ୍ୱାରସ୍ଥ ହେଲେ ବି ସରପଂଚ ସେମାନଙ୍କ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଗୋଛାୟତସାହି ପୋଲ ଠାରୁ ବାରିକ ସାହି ପର୍ୟ୍ୟନ୍ତ ୩୦୦ ମିଟର ଅଣ ଓସାରିଆ ମାଟି ରାସ୍ତା ବର୍ଷା ଦିନେ ଜଙ୍ଗଲିଆ ହୋଇ ଜୀବ ଜନ୍ତୁ ଯା ଆସ କରିଥାନ୍ତି । ସାହିର ବୃଦ୍ଧ ବୃଦ୍ଧା ଓ ଛୋଟ ଛୁଆ ମାନେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୋଇଥାନ୍ତି । ରାସ୍ତାକୁ ଦୀର୍ଘ ଦିନରୁ କଂକ୍ରିଟ ରାସ୍ତା କରିବା ପାଇଁ ଦାବି ହୋଇ ଆସୁଥିଲେ ବି ତାହା ଆଜି ପର୍ୟ୍ୟନ୍ତ ହୋଇ ପାରୁନଥିବା ସାହି ବାସିନ୍ଦାମାନେ ପ୍ରକାଶ କରିଛନ୍ତି । ଏହି ରାସ୍ତା ପାଇଁ ବାରମ୍ବାର ବ୍ଲକ୍ କୁ ଦୌଡ଼ି ଦୌଡ଼ି କିଛି ଲାଭ ହେଉନଥିବା ସେମାନେ ପ୍ରକାଶ କରିଛନ୍ତି । ଏହାକୁ ଗୁରୁତର ସହ ବିଚାର କୁ ନେଇ ଏହି ସାହିକୁ ସ୍ୱଛ ପାନୀୟ ଜଳ ଯୋଗାଇବା ସହିତ ଏକ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ସାହି ବାସିନ୍ଦା ମାନଙ୍କ ପକ୍ଷରୁ ସମାଜ ସେବର ପଟଳୃଷ୍ଣ ନାୟକ, ମାନସ ଗୋଛାୟତ, ଦିଲିପ ଗୋଛାୟତ, ଗଙ୍ଗାଧର ଜେନା ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର