ଭୁବନ ୦୪/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ଜନିତ ଲକଡାଉନ ସମୟରେ ସରକାରଙ୍କ ନିୟମ ଭାଙ୍ଗି ରଜ,ସାବିତ୍ରୀ ପାଇଁ ବ୍ୟବସାୟ କରୁଥିବା ନୂଆବଜାର(ବସଷ୍ଟାଣ୍ଡ) ର ଏକ ଲୁଗା ଦୋକାନରେ ତହସିଲଦାର ପ୍ରଭାସ କୁମାର ବେହୁରା,ବିଡିଓ ଆଶୀର୍ବାଦ ପରିଡା ,ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମିଳିତ ଭାବେ ଚଢାଉ କରି ୫ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଅନୁରୂପ ଭାବେ ନୂଆବଜାର,କାଳୀବଜାର ରେ ଲକଡାଉନରେ ସଟର ଖୋଲି ଲୁଚାଛପାରେ ବେପାର କରୁଥିବା ଦୋକାନୀଙ୍କ ଠାରୁ ମଧ୍ୟ ୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନଥିବାରୁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଲକଡାଉନକୁ କଡାକଡି କରାଯାଇ ଆଜିଠାରୁ ଚେକିଂ ଜୋରଦାର ହୋଇଛି । ଆଜି ଫାଇନ ଦେଇଥିବା ଦୋକାନୀ ମାନେ ପରବର୍ତି ସମୟରେ ଧରା ପଡିଲେ ସପ୍ତାହକ ପାଇଁ ଦୋକାନ ସିଲ୍ କରାଯିବ ବୋଲି ତହସିଲଦାର ଶ୍ରୀଯୁକ୍ତ ବେହୁରା ସତର୍କ କରାଇଥିଲେ । ଓଡ଼ିଶା ସମାଚାର