Saturday , June 3 2023
Breaking News
Home / ବିଶେଷ / ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା

 

କେନ୍ଦ୍ରାପଡ଼ା, ୦୪/୦୬/୨୦୨୧(ଓଡ଼ିଶା ସମାଚାର)- ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୁଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଜଅଁରା ବାରିମୂଳ ପଂଚାୟତର ଜଅଁରା ବାରିମୂଳ ଓ ଭିତରବ¶ୁ ଗ୍ରାମର ଦୁସ୍ଥ ଓ ଦଳିତ ବସ୍ତି ଅଂଚଳରେ କରୋନା ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଲୋକମାନଙ୍କୁ ସଚେତନ କରାଯିବା ସହିତ ମାସ୍କ, ସାନିଟାଇଜର ଓ ସାବୁନ ପ୍ରଭୃତି ବଂଟନ କରାଯାଇଥିଲା । ଟ୍ରଷ୍ଟର ବରିଷ୍ଠ ସଭ୍ୟ ଫକୀର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ବିଧୁଭୂଷଣ ମହାପାତ୍ର, ରଘୁନାଥ ଶତପଥୀ, ସୁଖଦା ନନ୍ଦ ପ୍ରଧାନ ପ୍ରମୁଖ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ, ସାନିଟର ଓ ସାବୁନ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ପରିଡା, ରାଜେନ୍ଦ୍ର ବାରିକ, ସୁରେନ୍ଦ୍ର ସାହୁ, ନିର୍ମଳ ବଳ, ଗୌତମ ବଳ, ମହେନ୍ଦ୍ର ମଲ୍ଲିକ ଓ ମନୋରଞ୍ଜନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published.