Friday , September 29 2023
Breaking News
Home / ବିଶେଷ / ଗଜଲକ୍ଷ୍ମୀ ଟ୍ରଷ୍ଟ ପକ୍ଷରୁ ସହାୟତା 

ଗଜଲକ୍ଷ୍ମୀ ଟ୍ରଷ୍ଟ ପକ୍ଷରୁ ସହାୟତା 

ଗରଦପୁର, ୦୪/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ଶିତଳଗଡ଼ ଗ୍ରାମର ମା ଗଜଲକ୍ଷ୍ମୀ ଟ୍ରଷ୍ଟ ତରଫରୁ ଜଣେ କର୍କଟ ପିଡ଼ିତ ମହିଳା ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ସହରର ସିନ୍ଧ୍ରି ଅଂଚଳର କେଶର ନିଶା ନାମକ ଜଣେ ମହିଳା କର୍କଟ ରେ ପିଡ଼ିତ ଅଛନ୍ତି । ତାଙ୍କର ପୁତ୍ର ଇମ୍ବ୍ରାନ୍ ଖାଁ ଅନଲାଇନ୍ ମାଧ୍ୟମରେ ମା ଗଜଲକ୍ଷ୍ମୀ ଟ୍ରଷ୍ଟ ସହିତ ଯୋଗାଯୋଗ କରିଥିଲେ । ଟ୍ରଷ୍ଟ ପକ୍ଷରୁ ମହିଳା ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ଟ୍ରଷ୍ଟର ସମସ୍ତ ସଭ୍ୟ ଇମ୍ବା୍ରନଙ୍କ ମା ଙ୍କ  ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *