କେନ୍ଦ୍ରାପଡ଼ା,୦୪/୦୬/୨୦୨୧(ଓଡ଼ିଶା ସମାଚାର)-ଓଡିଶାର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦିକା ଓ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଅଂଚଳର ମହିୟସୀ ମହିଳା ତଥା ବିଶିଷ୍ଟ ଲେଖିକା ମିନାକ୍ଷୀ ଦେବୀଙ୍କର ବୁଧବାର ହୃଦ୍ଘାତରେ ବିୟୋଗ ହୋଇଯାଇଛି । ସ୍ୱର୍ଗତା ମିନାକ୍ଷୀ ଦେବୀଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ସଂସଦର ସଭାପତି ଡଃ. ବାସୁଦେବ ଦାସ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ହେମନ୍ତ କୁମାର ଜେନା, ପ୍ରେମଲତା ଗିରି, ଫକିର ଓଝା, ରାମକୃଷ୍ଣ ଦାସ, ଅଶୋକ ପରିଡା, ସୁରେନ୍ଦ୍ର ବେହେରା, ସମ୍ପାଦକ ଶୁଭ୍ରାଂଶୁ ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, କାର୍ତିକ ଚରଣ ନାୟକ, ମନୋଜ ଦାସ, ନୃସିଂହ ତ୍ରିପାଠୀ, କାକୁଲି ମଲ୍ଲିକ, ଅନସ୍ୱୟା ମିଶ୍ର, ପ୍ରଣତୀ ପଣ୍ଡା, ଶ୍ରୀଧର ଭୋଳ, ଶରତ ରାଉତ, ପ୍ରାଧ୍ୟାପକ ମୋହନ ଚରଣ ଜେନା, ଇଶ୍ୱର ଚନ୍ଦ୍ର ସାହୁ, ଶରତ ଜେନା, ବିରଜା ରାଉତରାୟ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଜୟ ସାମଲ, ସତ୍ୟପ୍ରିୟ ଦାସ, ପ୍ରତିଭା ଦାସ, ନାରାୟଣ ଜେନା, ଅନନ୍ତ ନାୟକ, ମନରଞ୍ଜନ ତ୍ରିପାଠୀ, ଦିବାକର ସାହୁ, ଗୋଲକ ସେଠୀ ପ୍ରମୁଖ ମିଳିତଭାବେ ଗଭୀର ସ୍ୱର୍ଗତା ଦେବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର