ସାଲେପୁର, ୦୩/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଶଉରୀ ଗ୍ରାମ ର ପଣ୍ଡିତ ଦୁଃଖୀଶ୍ୟାମ ଦାସ ଙ୍କ ର ୯୨ ବୟସ ରେ ଦେହାନ୍ତ ହୋଇଛି।ସେ ଖଣ୍ଡାୟତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା ଲାଭ କରିବା ପରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରି ଚାକିରୀ ସମୟରେ ଅନେକ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ. ।ତାଙ୍କର ବହୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ ପରେବିଭିନ୍ନ ପଦପଦବୀ ରେ ଅବସ୍ଥାପିତ ହୋଇଛନ୍ତି. । ସେ ବ୍ରାହ୍ମଣ ନହୋଇ ମଧ୍ୟ ଯାଗ ଯଜ୍ଞ, ଚଣ୍ଡୀ ପାଠ, ଗୀତା,ଋଦ୍ରାଭିସେକ ଆଦି କରି ପାରୁଥିଲେ ଓ ସେ ଜଣେ ବିଦ୍ୱାନ ପଣ୍ଡିତ ଉପାଧି ହାସଲ କରିଥିଲେ।ସେ ବିବାହ ନକରି ଆବାଲ୍ୟ ବ୍ରହ୍ମଚାରୀ ଥିଲେ ।ତାଙ୍କ ଦେହାନ୍ତ ରେ ଖାଲି ସାଲେପୁର ଅଞ୍ଚଳ ନୁହେଁ ବରଂ ସମଗ୍ର କଟକ ରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି।ସେ ବେଦଆଦି ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। ତାଙ୍କ ଜନ୍ମମାଟି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ଏହି ସମୟରେ ମିନକେତନ ଦାସ,ସୁଲଭ ଚରଣ ନାୟକ, କୈଳାସ ଶତପଥୀ, ସନ୍ତୋଷ ମହାନ୍ତି, ଧୀରେନ୍ଦ୍ର ଓଝା, ତାଙ୍କ ର ଅଧିକାଂଶ ଛାତ୍ର ଓ ସମସ୍ତ ଗ୍ରାମବାସୀ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ. । ତାଙ୍କ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶା ସମାଚାର