କେନ୍ଦ୍ରାପଡ଼ା, ୦୩/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଶୁଭଲକ୍ଷ୍ମୀ ନାୟକ ଯୋଗଦେଇଛନ୍ତି । ସେ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ କାର୍ଯ୍ୟରତ ଥାଇ ପଦୋନ୍ନତି ପରେ ଏଠାରେ ଯୋଗଦେଇଛନ୍ତି । ସେହିଭଳି କଟକ ଜିଲ୍ଲାର ଚୌଦ୍ୱାର ପୌରସଂସ୍ଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁରମା ମହାପାତ୍ର ପଦୋନ୍ନତି ପାଇ କେନ୍ଦ୍ରାପଡାର ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିବା ଜଣାପଡିଛି । କାର୍ଯ୍ୟାଳୟ ପକ୍ଷରୁ ଉଭୟ ଅଧିକାରୀଣୀଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୀତବାସ ପଣ୍ଡା, ନିଶିଧ କୁମାର ବାରିକ, ପ୍ରଭାକର ବେହେରା, ବନମାଳି ନାୟକ, ଦିଲ୍ଲିପ କୁମାର ସାମଲ,ବ୍ରହ୍ମାନନ୍ଦ ସ୍ୱାଇଁ, ରାଜକିଶୋର ଲେଙ୍କା, ବିଜ୍ଞାନ ମହାପାତ୍ର, ମହିମା ପ୍ରକାଶ ଭଞ୍ଜ, କିଶୋର କୁମାର ସାହୁ, ବିଶ୍ୱଜିତ ରାଉତ, ଭାଷ୍କର ଚନ୍ଦ୍ର ଗାହାଣ, ଗଣେଶ ଚନ୍ଦ୍ର ରାଉତଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର