Saturday , March 25 2023
Breaking News
Home / ବିଶେଷ / ୫ ଚୋରୀ ପାଣି ମୋଟର ଜବତ, ୫ ଗିରଫ

୫ ଚୋରୀ ପାଣି ମୋଟର ଜବତ, ୫ ଗିରଫ

ଜଗତସିଂହପୁର, ୦୨/୦୬/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ସଦର ଥାନା ଅଧିନସ୍ଥ ସିଙ୍ଗାରପୁର ଶବର ସାହିରୁ ପାଂଚ ଜଣ ପାଣି ମୋଟର ଚୋର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ମଧୁସୂଦନପୁର ଶାସନ ଗ୍ରାମରେ ସ୍ନେହାସିସ ନନ୍ଦଙ୍କ ଫାର୍ମରୁ ପାଣି ମୋଟର ଚୋରି ହୋଇଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଜଗତସିଂହପୁର ପୁଲିସ ଏକ ମାମଲା ରୁଜୁ କରି ୫ ଜଣ ପାଣି ମୋଟର ଚୋରକୁ ଗରିଫ କରିବା ସହିତ ସେମାନଙ୍କ ନିକଟରୁ ପାଂଚଟି ମୋଟର, ୨ଟି ବ୍ୟାଟେରି, ୨ଟା ପାଇପ୍, ୨ ଟା ରଡ଼ ଓ ଏକ ଗ୍ୟାସ ଟାଙ୍କି ଜବତ କରିଥିଲେ । ତେବେ ମୋଟର ଚୋରଙ୍କ ମଧ୍ୟରେ ସିଙ୍ଗାରପୁର ଶବର ସାହିର ଦିପୁ ଦାସ, ରାଜା ସିଂ, ବାବୁନା ସିଂ, ବାବୁଲି ସିଂ, ଉପେନ୍ଦ୍ର ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.