ସୁନ୍ଦରଗଡ,୦୨/୦୬/୨୦୨୧(ଓଡ଼ିଶା ସମାଚାର)- ଟିଡିସିସି (ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମଵାୟ ନିଗମ ) ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ଏକ କାର ଯୋଗେ ଟଙ୍କା ନେଇ ସୁନ୍ଦରଗଡ଼ ରୁ ଘରକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ପିଛା କରି ଅଟକାଇ ଯାଞ୍ଚ କରିଥିଲେ। ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣା ପଡିଥିଲା। ପଚରାଉଚୁରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷରେ ଭିଜିଲାନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ରୁ ପ୍ରକାଶ ଶ୍ରୀ ମହାନ୍ତି ଏକ କାର ରେ ଝରସୁଗୁଡ଼ା ଯାଇ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯିବାକୁ ଟିକଟ ମଧ୍ୟ କରିଥିଲେ । ହେଲେ ଟ୍ରେନ୍ ରେ ଯିବା ପୂର୍ବରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଂଚ କରିବାରୁ ତାଙ୍କ ପାଖରେ ଥିବା ଏକ ବ୍ୟାଗ୍ ରେ ବହୁତ ଗୁଡ଼ିଏ ଟଙ୍କା ଥିବା ଜଣାପଡ଼ିଥିଲାା ହେଲେ ସେ ଏତେ ଟଙ୍କା କେଉଁଠୁ ଆଣିଲେ, କାହିଁକି ଆଣିଲେ ତାହାର କିଛି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଫଳରେ ତାଙ୍କୁ ଅଟକ ରଖାଯାଇ ଟଙ୍କାତକ ଗଣାଯିବାରୁ ତାହା ୧୯ ଲକ୍ଷ ରୁ ଅଧିକ ଥିବା ଜଣାପଡ଼ିଥିଲା । ସେ ଭୁବନେଶ୍ୱର ରେ ରହୁଛନ୍ତି । ଟଙ୍କାତକ ନେଇ ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଉଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …