Tuesday , May 30 2023
Breaking News
Home / ବିଶେଷ / ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା

ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା

କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)- ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୁଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ପଂଚାୟତର ବରକୋଳିଖୋଳା, ବଡଟୁବୀ, ସାନଟୁବୀ, ନିପାଣିଆ ଓ କଜଳପାତିଆ ପ୍ରଭୃତି ଗ୍ରାମର ଦଳିତ ଏବଂ ଅବହେଳିତ ଶ୍ରେଣୀ ପରିବାରର ଲୋକମାନଙ୍କ ମଧ୍ୟରେ  କରୋନା ମହାମାରୀ ସଂକ୍ରମଣରୁ ନିଜକୁ ଓ ପରିବାରକୁ ରକ୍ଷା କରି ଦେଶକୁ କରୋନାମୁକ୍ତ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ନୀତି ନିୟମକୁ ମାନି ଚଳିବା ନିମନ୍ତେ ସଚେତନତା କରାଯାଇଥିଲା । ଟ୍ରଷ୍ଟର ବରିଷ୍ଠ ସଭ୍ୟ ଫକିର ଚରଣ ଖଟୁଆ, ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ ଓ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ସାନିଟାଇଜର, ମାସ୍କ ଓ ସାବୁନ ପ୍ରଭୃତି ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ଏନ.ଟି.ୟୁ.ସି.ର ବରିଷ୍ଠ କର୍ମକର୍ତା ଶଙ୍କର୍ଷଣ ଜେନା, ଅନିଲ କୁମାର ମଣ୍ଡଳ, ଜୟନ୍ତୀ ହାଜ୍ରା ଓ ପଂଚାନନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.