Monday , March 27 2023
Breaking News
Home / ବିଶେଷ / ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି 

ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି 

 ବାଲିଗୁଡା, ୦୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ବିଦ୍ୟୁତସେବା ଏବେ ଜନସାଧାରଣଙ୍କ ଜୀବନଯାତ୍ରା ଓ ଜୀବିକା ନିର୍ବାହ କ୍ଷେତ୍ରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବାରମ୍ବାର ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ ହେବ ନାହିଁ ଏବଂ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବାପାଇଁ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । ବାସ୍ତବ କ୍ଷେତ୍ରରେ ସେବା ପାଇବା ପାଇଁ କେତେ ବିଭ୍ରାଟ, ଅସୁବିଧା ତାହା ଆଜିଦିନରେ ଉପଭୋକ୍ତାମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି l   ବର୍ତ୍ତମାନର ବିଦ୍ୟୁତ ସେବାକୁ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏହି ସଂସ୍ଥା ଦାୟିତ୍ୱ ନେବା ପରେ ବିଦ୍ୟୁତ ଉପଭୋକ୍ତାମାନେ ସେବା ପାଇବା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବିଦ୍ୟୁତ ଶକ୍ତି ସଞ୍ଚୟ ପାଇଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଏମିତି କୌଣସି ଦିନ ନାହିଁ କେଉଁଦିନ ସକାଳୁ ବିନା ସୂଚନାରେ ବାଲିଗୁଡା ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ପ୍ରତ୍ୟେକ ସେକ୍ସନରେ ସକାଳୁ ରାତି ଭିତରେ ପ୍ରତି ୫ ମିନିଟରେ ଥରେ ବାରମ୍ବାର  ବିଦ୍ୟୁତ କାଟ ହେଉଛି  । ଗ୍ରାମାଞ୍ଚଳର ଅବସ୍ଥା ନ କହିବା ଭଲ । ଚାଷୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ , ସ୍କୁଲ ଠାରୁ ଆରମ୍ଭ କରି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପର୍ୟ୍ୟନ୍ତ ସବୁସ୍ତରରେ ଜନସାଧରଣ ପ୍ରଭାବିତ ।ଏବେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏବଂ ବିଭିନ୍ନ ଜାଗାରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ସକାଳୁ ସକାଳୁ ବିଦ୍ୟୁତ କାଟ ଜନସାଧାରଣଙ୍କ ପାଣି ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି। ବିଦ୍ୟୁତ ସେବାର ସ୍ବେଚ୍ଛାଚାରିତା ଓ ଗ୍ରାହକ ଶୋଷଣ ବନ୍ଦ କରିବା ପାଇଁ ଅବିଳମ୍ବେ ଏହି ଘରୋଇ ସଂସ୍ଥାକୁ ହଟାଇ ସରକାର ତୁରନ୍ତ ବିଦ୍ୟୁତ ବୋର୍ଡ଼ର ଘରୋଇକରଣକୁ ବାତିଲ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସରକାର କମ୍ପାନୀମାନଙ୍କ ସ୍ୱାର୍ଥରେ ଆଇନ ପ୍ରଣୟନ କରି ସାଧାରଣ ଉପଭୋକ୍ତାଙ୍କୁ ଆର୍ଥିକ ଶୋଷଣ ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ତା ବିରୁଦ୍ଧରେ ଆଗାମୀ ଦିନରେ  ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ସମାଚାର

Leave a Reply

Your email address will not be published.