Monday , December 6 2021
Breaking News
Home / ତାଜା ଖବର / ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର,୦୨/୦୬/୨୦୨୧(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ବରିଷ୍ଠ ନେତା , ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଙ୍କ ସୁପୁତ୍ର ବିଜୟଶ୍ରୀ ରାଉତରାୟଙ୍କର ପରଲୋକ ଘଟିଛି । ଗତ ମେଁ ୪ ତାରିଖରେ ସେ କରୋନା ରେ ପିଡ଼ିତ ହୋଇ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିଲେ କିନ୍ତୁ ସେ ପରେ ସେପ୍ଟିସିମିଆରେ ପିଡ଼ିତ ଥାଇ ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଂଟିଲେଟର ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଆଜି ସନ୍ଧ୍ୟା ସାଢ଼େ ୫ ଟା ବେଳେ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *