କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)-ଏକ ପାରିବାରିକ କଳହକୁ ନେଇ ହଣାକଟା ହେବାରୁ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଆଖୁଆ ପଂଚାୟତର ଜୋକିଆ ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅଶୋକଙ୍କୁ ପୂର୍ବ ଗଣ୍ଡଗୋଳକୁ ନେଇ ପଡୋଶୀ ପରିବାରର ତିନିଜଣ ଭୂଜାଲିରେ ଆକ୍ରମଣ କରିବାରୁ ତାଙ୍କର ଦୁଇହାତର ଏକାଧିକ ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପ୍ରଥମେ ଅଶୋକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗପାଇ ପାଟକୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର