କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)- ଜନୈକ ନାବାଳିକାର ଏକ ବିବସ୍ତ୍ର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ହିମାଂଶୁ ଶେଖର ନାୟକ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ନିର୍ମାଣ କାର୍ଯ୍ୟ ନିମନ୍ତେ ଠିକା ଦେଇଥିବା ବଙ୍ଗାଳି ଠିକାଦାର ମିଲନ ସେଖ ଗତ ୪ବର୍ଷ ହେବ ହିମାଂଶୁଙ୍କ ଘରେ ରହି ସେହି ଗ୍ରାମର ବିଭିନ୍ନ ଲୋକଙ୍କ ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ । ଏହା ଭିତରେ ସଂପୃକ୍ତ ଠିକାଦାରଙ୍କ ସହ ହିମାଂଶୁଙ୍କ ପରିବାର ସହିତ ପରିଚିତ ହୋଇଯାଇଥିଲା । ଏହାର ସୁଯୋଗ ନେଇ ଠିକାଦାର ମିଲନ ହିମାଂଶୁଙ୍କ ନାବାଳିକା ଝିଅକୁ ପ୍ରଭାବିତ କରି ଭିଡିଓ କଲିଂ କରି ତା’ର ବିବସ୍ତ୍ର ସମୟର ଫଟୋକୁ ସ୍କ୍ରିନ ସଟ କରି ରଖିଦେଇଥିଲେ । ପରବର୍ତୀ ସମୟରେ ସେହି ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ହିମାଂଶୁ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ସମ୍ପର୍କରେ ନାବାଳିକାର ପରିବାର କିଛି ଜାଣି ନଥିବା ବେଳେ ହିମାଂଶୁଙ୍କ ପଡୋଶୀ ସନ୍ଦିପ ନାୟକଙ୍କ ଗୃହ ନିର୍ମାଣ ବେଳେ ଜମିବାଡିକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗିଥିଲା । ସେହି ସମୟରେ ସନ୍ଦିପଙ୍କ ପତ୍ନୀ ହିମାଂଶୁଙ୍କ ପତ୍ନୀ ଙ୍କୁ ଧମକ ଦେଇ କହିଥିଲେ ଯେ ସେ ଭିଡିଓ ଭାଇରାଲ କରି ତାଙ୍କ ଝିଅକୁ ବଦନାମ କରିଦେବେ । ପରେ ବିଭିନ୍ନ ଅଜଣା ମୋବାଇଲ ନମ୍ବରରୁ ହିମାଂଶୁଙ୍କ ମୋବାଇଲକୁ ଫୋନ ଆସିବା ସହ ତାଙ୍କ ନାବାଳିକା ଝିଅର ଫଟୋ ଏକ ନିର୍ଦ୍ଧିଷ୍ଟ ନମ୍ବରରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାରର ୨ସାନଭାଇ ଆସି ପଡୋଶୀ ସନ୍ଦିପଙ୍କ ଘରେ ରହିବା ସହ ଠିକାଦାର ଏବଂ ସନ୍ଦିପ ଓ ପତ୍ନୀ ଙ୍କ ସହ ମିଶି ଏଭଳି କାର୍ଯ୍ୟ କରିଥିବା ହିମାଂଶୁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଦର ଥାନାର ଭାରପ୍ରାପ୍ତ ଇନସପେକ୍ଟର ପବିତ୍ର ମହାରାଣାଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଘଟଣାର ତଦନ୍ତ ଚାଲିଛି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର