Saturday , June 3 2023
Breaking News
Home / ବିଶେଷ / ଗାନ୍ଧୀବାଦୀ କାଳନ୍ଦି ସାହୁ ଙ୍କ ସ୍ମୃତିଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି

ଗାନ୍ଧୀବାଦୀ କାଳନ୍ଦି ସାହୁ ଙ୍କ ସ୍ମୃତିଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି

 ଭୁବନ,୦୨/୦୬/୨୦୨୧(ଓଡ଼ିଶା ସମାଚାର)-  ବାଜିରାଉତ ସ୍ମୃତି ପରିଷଦର ସ୍ଥାୟୀ ସଭାପତି,ଗାନ୍ଧୀବାଦୀ ତଥା ପୂର୍ବତନ କାଉନସିଲର ସ୍ୱର୍ଗତ କାଳନ୍ଦି ସାହୁ ଙ୍କ   ବିୟୋଗର ଆଜି ନବମ ଦିବସରେ  ଭୁବନ କଂଗ୍ରେସ କମିଟି ତରଫରୁ ସ୍ମୃତିଚାରଣ ସଭା  ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର  ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିନୋଦ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁବ ନେତା ପ୍ରଭୁଦତ ଭଟ୍ଟ, ମନମୋହନ ସାହୁ, ଭାଗବତ ନାୟକ, ପୀତବାସ ବେହେରା, ସିରାଜ ଉଦ୍ଧିନ ଖାଁ, ରାଜ କିଶୋର ପୋଥାଳ, ଅମୁଲ୍ୟ ଚିନରା, ଜିତେନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନାର୍ଥେ ୨ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ମୃତିଚାରଣ କରି ସ୍ୱର୍ଗତ କାଳନ୍ଦି ବାବୁ ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ, ସ୍ୱାଭିମାନୀ, ଗାନ୍ଧୀବାଦୀ, ମିଷ୍ଟଭାସୀ, ପରୋପକାରୀ ଓ ଦୟାଳୁ ବ୍ୟକ୍ତି ଥିଲେ ବୋଲି  କହିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.