Saturday , June 3 2023
Breaking News
Home / ବିଶେଷ / କୋଭିଡ ନିୟମ ଉଲଂଘନ ଯୋଗୁ ଦୁଇଟି ଦୋକାନ ସିଲ୍ ଓ ମାଲିକଙ୍କୁ ଗିରଫ କଲା ପୋଲିସ

କୋଭିଡ ନିୟମ ଉଲଂଘନ ଯୋଗୁ ଦୁଇଟି ଦୋକାନ ସିଲ୍ ଓ ମାଲିକଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ କୋଭିଡ-୧୯ ନିୟମ ଉଲଂଘନ କରିଥିବା ଯୋଗୁ ସହରର ଦୁଇଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ୍ କରାଯିବା ସହିତ ଉଭୟ ପ୍ରତିଷ୍ଠାନର ମାଲିକଙ୍କୁ ଗିରଫ କରାଯାଇଛି । ଟାଉନଥାନା ଅନ୍ତର୍ଗତ ବଡହାଟର ମୟୁରୀ ଶାଢୀ ସେଂଟର ଓ ସହେଲୀ ଫେସନ ନାମକ ଦୁଇଟି ଦୋକାନ କୋଭିଡ-୧୯ ନିୟମକୁ ଉଲଂଘନ କରି କରୋନା ଲକ୍ ଡାଉନ ସମୟରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଯୋଗୁ ଟାଉନଥାନା ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଉଭୟ ଦୋକାନକୁ ସିଲ୍ କରିଦେବା ସହିତ ଉଭୟ ଦୋକାନର ମାଲିକଙ୍କୁ ଗିରଫ କରିନେଇଥିବା ଟାନଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଏଥି ସହିତ କୋଭିଡ ନିୟମ ଉଲଂଘନ କରି ମାସ୍କ ପିନ୍ଧି ନଥିବା ଓ ଲକ୍ ଡାଉନ ଏବଂ ସଟ୍ ଡାଉନ ସମୟରେ ବିନା ଆବଶ୍ୟକତାରେ ମାସ୍କ ନପିନ୍ଧି ରାସ୍ତାରେ ବୁଲୁଥିବା ଅମାନିଆଙ୍କ ଠାରୁ ୧୫ହଜାର ଟଙ୍କା ଜୋରିମାନା ଟାଉନଥାନା ପୋଲିସ  ଆଦାୟ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.