Monday , December 6 2021
Breaking News
Home / ବିଶେଷ / କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଲୟର କରୋନା ସଚେତନତା ୱେବିନାର

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଲୟର କରୋନା ସଚେତନତା ୱେବିନାର

କେନ୍ଦ୍ରାପଡ଼ା,୦୨/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ଏନଏସଏସ) ଆନୁକୁଲ୍ୟରେ ଭର୍ଚୁଆଲ ମୋଡରେ ଜିଲ୍ଲାସ୍ତରୀୟ କରୋନାର ଦ୍ୱିତୀୟ ଲହରୀ ସଂପର୍କିତ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ପରିଚାଳନା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମଧୂସୁଦନ କାମିଲା ଏହି ୱେବିିନାରର ଉଦ୍ଧେଶ୍ୟ ସଂପର୍କରେ ମତ ରଖିଥିଲେ । ଏହି ୱେବିନାର ରେ ଉପାଧ୍ୟକ୍ଷ ପ୍ରଫେସର ଶିଶିରକାନ୍ତ ମହାପାତ୍ର ଯୋଗଦେଇ ମହାମାରୀରୁ ରକ୍ଷାପାଇବାର ବିଭିନ୍ନ ନୀତି ନିୟମ ଉପରେ ଆଲୋକପାତ କରିଥିଲେ । ଏହି ଆବାସୀ ବୈଠକରେ ଓ.ୟୁ.ଏ.ଟି.ର ଜାତୀୟ ସେବା ଯୋଜନା ତାଲିମ ପ୍ରଶିକ୍ଷକ ନିରଦ ବରଣ ଖୁଂଟିଆ ଯୋଗଦେଇ ମାହାମାରୀରୁ ରକ୍ଷା ପାଇବାର ବିଭିନ୍ନ ନିତିନିୟମ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଡାକ୍ତର ତଥା କେନ୍ଦ୍ରାପଡା କୋଭିଡ-୧୯ ନୋଡାଲ ଅଫିସର ଡା. ସଚ୍ଚିଦାନନ୍ଦ ମିଶ୍ର ଏହି ଭର୍ଚୁଆଲ ୱେବିନାରରେ କୋଭିଡର ଦ୍ୱିତୀୟ ଲହରୀକୁ କେବଳ ସଚେତନତା ଦ୍ୱାରା ରୋକାଯାଇ ପାରିବ ବୋଲି ମତ ରଖିଥିଲେ । ସାମାଜିକ ଦୂରତା ଓ ଡବଲ ମାସ୍କର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପ୍ରୋଗ୍ରାମ ଅଫିସର ଡଃ. ପଦ୍ମଜା କବି ଶତପଥୀ ଓ ପ୍ରଫେସର ପ୍ରଦୀପ ରାଉତ ଶୁଭେଚ୍ଛା ସହ କରୋନା ସଚେତନତା ମୂଳକ ବାର୍ତା ପ୍ରଦାନ କରିଥିଲେ । ଏଥିରେ ପ୍ରଫେସର ଅଜୟ କୁମାର ଦାସ, ଗଙ୍ଗାଧର ସାହୁ , ଦିଲ୍ଲିପ କୁମାର ମହାନ୍ତି, ସୁଧାଂଶୁ ଭୂଷଣ ସାହୁ, ମନୋଜ ଜେନା, ଆଦ୍ୟାରଶ୍ମୀ ମହାପାତ୍ର, ରକ୍କ୍ଣୀ ସାହୁ, ମନୋରଞ୍ଜନ ରାଉତ, ପ୍ରଶାନ୍ତ ବେହେରା, ରାଜେଶ କୁମାର ସାହୁ, ଗିରିଜା କାନ୍ତ ଦାସ ଓ ବିଭିନ୍ନ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ଅଧ୍ୟାପକ ପ୍ରକାଶ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *