Saturday , March 25 2023
Breaking News
Home / ବିଶେଷ / କାର ସ୍କୁଟିକୁ ଧକ୍କାଦେବାରୁ ସ୍କୁଟି ଆରୋହୀ ଭଉଣୀ,ଭାଇ ମୃତ

କାର ସ୍କୁଟିକୁ ଧକ୍କାଦେବାରୁ ସ୍କୁଟି ଆରୋହୀ ଭଉଣୀ,ଭାଇ ମୃତ

କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)-ଏକ ମାରୁତୀ ୱାଗନର କାର ପଛରୁ ଅନ୍ୟଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଆରୋହୀ ଓ ତାଙ୍କ ଭାଇଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଅଂଚଳର ଜଣେ ଯୁବତୀ ଓ ତାଙ୍କ ଭାଇ କଟକରୁ ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଇ ସେଠାରୁ ଗ୍ରାମକୁ ଫେରୁଥିବା ବେଳେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ଦୁହୁରିଆ ଓମଫେଡ ସମ୍ମୁଖରେ ତାଙ୍କ ସ୍କୁଟିକୁ ପଛରୁ ଏକ ମାରୁତୀ ୱାଗନର କାର ଯୋରରେ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ଯୁବତୀ ଓ ପଛରେ ବସିଥିବା ତାଙ୍କ ଭାଇଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ ଡାକ୍ତରଖାନାରେ ଉଭୟଙ୍କ ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ସଂପୃକ୍ତ ମାରୁତୀ ୱାଗନର ଚାଳକ ଜଣଙ୍କ ଅତ୍ୟଧିକ ମଦ୍ୟ ପାନ କରିଥିଲେ ଓ ଏହା ପୂର୍ବରୁ ଆହୁରି ୨/୩ଟି ସ୍ଥାନରେ ଧକ୍କା କରି ଦ୍ରୁତଗତି ରେ ଆସୁଥିଲେ ବୋଲି ସ୍ଥାନୀୟ ଅଂଚଳରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.