Home / ବିଶେଷ / କଟକ ବଡ଼ ଡ଼ାକ୍ତରଖାନାର କୋଭିଡ଼ ୱାର୍ଡ଼ ରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ୫ଦିନ ପରେ ମିଳିଲା
କଟକ ବଡ଼ ଡ଼ାକ୍ତରଖାନାର କୋଭିଡ଼ ୱାର୍ଡ଼ ରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ୫ଦିନ ପରେ ମିଳିଲା
କଟକ, ୦୨/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ବଡ଼ ଡ଼ାକ୍ତରଖାନାର କୋଭିଡ଼ ୱାର୍ଡ଼ ରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ୫ଦିନ ପରେ ମିଳିଲା । ଖବରରୁ ପ୍ରକାଶ, ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଛପଡ଼ା ପଂଚାୟତ ଅଧିନସ୍ଥ ଛପଡା ଗ୍ରାମର ଅନନ୍ତ ଚରଣ ସାହୁ (୭୧) ଗତ ୨୫ତାରିଖ ଦିନ ସନ୍ଧ୍ୟା ସମୟରେ ତାଙ୍କର ଦେହ ଗୁରୁତର ହେବାରୁ ତାଙ୍କୁ ଜଗତ୍ସିଂହପୁର ଜିଲ୍ଲା ସଦର ମେଡିକାଲକୁ ଚିକିତ୍ସା ନିମନ୍ତେ ତାଙ୍କର ଦୁଇପୁଅ ମାନସ ଓ ଦିପକ ନେଇଥିଲେ । ସେଠାରେ ତାଙ୍କ ବାପାଙ୍କ କରୋନା ପଜେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ସେଙ୍ଗ ସେଙ୍ଗ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ବଡ଼ମେଡିକାଲରେ ୨୫ତାରିଖ ରାତି ସାଢ଼େ ୧୧ ଟା ସମୟରେ କୋଭିଡ଼ ମେଡିକାଲ ବେଡ ନଂ୬୫ରେ ଆଡମିଶନ କରାଇ ତାଙ୍କର ଦୁଇପୁଅ ଘରକୁ ପଳାଇ ଆସିଥିଲେ । ସେଠାରେ ଅନ୍ୟ କେହି ରହିପାରିବାର କଟକଣା ଥିବାରୁ ଦୁଇ ପୁଅ ଘରକୁ ପଳାଇ ଆସିଥିଲେ । ୨୬ ଓ ୨୭ ତାରିଖ ରେ ବାତ୍ୟା ୟସ୍ ଯୋଗୁ ସେମାନେ କେହି କଟକ ବଡ଼ମେଡିକାଲକୁ ଯାଇ ବାପା ଙ୍କ କଥା ବୁଝିପାରିନଥିଲେ । ୨୮ତାରିଖ ଦିନ ୧୨ଟା ରେ ଟେଲିଫୋନ୍ ଯୋଗେ ଖବର ପାଇଲେ ଯେ ତାଙ୍କ ବାପା କୋଭିଡ୍ ହସ୍ପିଟାଲ୍ ବେଡରୁ କେଉଁଆଡେ ପଳାଇ ଯାଇଛନ୍ତି । ଖବର ପାଇବା ମାତ୍ରେ ଦୁଇପୁଅ ସେଙ୍ଗ ସେଙ୍ଗ କଟକ ମେଡିକାଲରେ ପହଂଚିି ଦେଖିଲେ ଉକ୍ତ ବେଡ ରେ ତାଙ୍କ ବାପା ନାହାନ୍ତି । ମେଡ଼ିକାଲ କ୍ୟାମ୍ପସ ରେ ବହୁତ ଖୋଜା ଖୋଜି କରିବା ପରେ ତାଙ୍କର ବାପାଙ୍କ ସନ୍ଧାନ ନ ପାଇବାରୁ ସେମାନେ ମଙ୍ଗଳାବାଗ ଥାନାରେ ଏତାଲା ଦେଇଥିଲେ ।
ଏହା ପରେ ତାଙ୍କ ପୁତ୍ର ଜଗତ୍ସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ନିଖୋଜ ଅନନ୍ତଙ୍କୁ ଖୋଜିବା ପାଇଁ କଟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଲାପତା ଅନନ୍ତଙ୍କ ଫଟୋ ଗଣମାଧ୍ୟମରେ ଏବଂ ସୋସିଆଲ୍ ମିଡିଆରେ ପ୍ରକାଶ ପାଇବା ପରେ କଟକ ସି.ଡି.ଏ ମର୍କତ ନଗର ଥାନା ପୋଲିସ୍ ସି.ଡି.ଏ ଅଂଚଳରେ ସେ ବୁଲୁଥିବା ସମୟରେ ତାଙ୍କୁ ଚିହ୍ନଟ କରି ମଙ୍ଗଳାବାଗ ପୋଲିସ୍କୁ ହସ୍ତାନ୍ତର କରିଥିଲେ । ମଙ୍ଗଳାବାଗ ପୋଲିସ୍ କଟକ ବଡ଼ ମେଡିକାଲର ଅଧିକ୍ଷକଙ୍କୁ ହସ୍ତାନ୍ତର କରିଥିଲେ । ଅଧିକ୍ଷକ ତାଙ୍କୁ ସେଙ୍ଗ ସେଙ୍ଗ କଟକ ବଡ଼ମେଡିକାଲ କୋଭିଡ଼ ହସପିଟାଲରେ ପୁନର୍ବାର ଚିକିତ୍ସା ନିମନ୍ତେ ଭର୍ତିି କରିଥିଲେ । ଏହି ମେଡିକାଲରେ ତାଙ୍କର ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ୧୧୧ ଓ ୧୧୨ ବେଡ଼ରେ ରଖାଯାଇଛି । ପୋଲିସ୍ ତାଙ୍କ ପୁଅକୁ ଏ ସମ୍ପର୍କରେ ଜଣାଇବାରେ ତାଙ୍କ ପୁଅ କଟକ ମେଡିକାଲ ଆସି ବାପାଙ୍କୁ ଦେଖିବା ପରେ ତାଙ୍କ ପରିବାର ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଓ କଟକ ପୋଲିସ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର
Related