Tuesday , March 28 2023
Breaking News
Home / ବିଶେଷ / ଉପ ଜିଲ୍ଲାପାଳ ଙ୍କ କୋଭିଡ କେୟାର ସେଣ୍ଟର ପରିଦର୍ଶନ

ଉପ ଜିଲ୍ଲାପାଳ ଙ୍କ କୋଭିଡ କେୟାର ସେଣ୍ଟର ପରିଦର୍ଶନ

ମୁରୁଗା ରେ ଗୋଟିଏ ଦିନରେ ୧୨୩ ସଂକ୍ରମିତ ଚିହ୍ନଟ, ସପ୍ତାହକ ପାଇଁ କଣ୍ଟେନମେଣ୍ଟ୍ଟ ଜୋନ ଘୋଷଣା

ଭୁବନ,୦୨/୦୬/୨୦୨୧(ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଂଚାୟତର ମୁରୁଗା ଗ୍ରାମରେ ଗୋଟିଏ ଦିନରେ ୧୨୩ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଥିସକାଶେ କାମାକ୍ଷାନଗର ଉପ ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଆଜି ଦିନିକିଆ ଭୁବନ ଗସ୍ତରେ ଆସି ଏହି ବ୍ଲକ ଅନ୍ତର୍ଗତ ଗଡନୃସିଂପ୍ରସାଦ ପଳାସପିଠିଆ ଗୋଡା ସ୍ଥିତ ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ରୋଗୀଙ୍କ ଖାଦ୍ୟପାନୀୟ, ଔଷଧ ଯୋଗାଣ ସଂପର୍କରେ ପଚାରି ବୁଝିଥିଲେ । ଡେଙ୍ଗାବାହାଳି ଗ୍ରାମର ଦୁଇ ଭାଇ ଙ୍କ ମୃତ୍ୟୁ ପରେ ପୁରୁଷ ଶୂନ୍ୟ ହୋଇ ପଡିଥରବା ପରିବାର ସଦସ୍ୟ ଙ୍କୁ ଅଣାଯାଇ କୋଭିଡ କେୟାର ସେଣ୍ଟରରେ ରଖାଯିବା ସହ ସମସ୍ତ ସହାୟତା ପ୍ରଦାନ ପାଇଁ ସାନ୍ତ୍ୱନା ଦେଇଥିଲେ । ମୁରୁଗା ଗ୍ରାମରେ ଗୋଟିଏ ଦିନରେ ୧୨୩ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ସମଗ୍ର ଗ୍ରାମକୁ ବିଶୋଧନ କରାଯିବା ସହିତ ସପ୍ତାହକ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ମେଡିକାଲ ଟିମ୍ ଙ୍କ ଦ୍ୱାରା କୋଭିଡ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା । ସମସ୍ତ ଗ୍ରାମବାସୀ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଥଲା ବଳକା ଲୋକଙ୍କର ଆସନ୍ତାକାଲି ସ୍ୱାବ ଟେଷ୍ଟ ହେବ । ପରେ ଧଳପଡା,ବଡକାଠିଆ ଗ୍ରାମ ଗସ୍ତ କରିଥିଲେ । ବିଡିଓ ଆଶୀର୍ବାଦ ପରିଡା,ତହସିଲଦାର ପ୍ରଭାସ କୁମାର ବେହୁରା,ସରପଂଚ ତପନ କଅଁର,ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆକାଉଣ୍ଟସ ମ୍ୟାନେଜର ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.