Saturday , March 25 2023
Breaking News
Home / ବିଶେଷ / ଅବଦୁଲ ବାରୀଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଶୋକ

ଅବଦୁଲ ବାରୀଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଶୋକ

କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)-ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପୂର୍ବତନ ଅଧ୍ୟକ୍ଷ ସେକ ଅବଦୁଲ ବାରୀଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ବାରୀ ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗରେ ଦୀର୍ଘବର୍ଷ ଧରି ନିଷ୍ଠାର ସହିତ କାର୍ଯ୍ୟକରି ସଂଖ୍ୟାଲଘୁ ବିଭାଗର ବିଭିନ୍ନ ସମସ୍ୟାର ସମାଧାନ କରି ସଂଖ୍ୟାଲଘୁ ବିଭାଗକୁ ଜାଗ୍ରତ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାକୁ ବିଭିନ୍ନ ସମୟରେ ଆସି କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ସୟଦ ଅବଦୁଲ ସତାର, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଦେବେନ୍ଦ୍ର ଶର୍ମା, ପିସିସି ସମ୍ପାଦକ ମହମ୍ମଦ ଆକବର ଅଲ୍ଲୀ , ପିସିସି ସମ୍ପାଦକ ତଥା ଶ୍ରମିକ ନେତା ମୁକ୍ତାର ଖାଁ, ସରପଂଚ ପ୍ରଦୁ୍ୟମ୍ନ ଜେନା, ପୀତବାସ ବେହେରା, ସିପିଆଇ(ଏମ) ନେତା ଗୟାଧର ଧଳ, ଯୁବନେତା ସଞ୍ଜୟ ରାଉତ, ଫକିର ଚରଣ ଖଟୁଆ, ପୂର୍ବତନ କାଉନସିଲର ହିବଜୁର ରହେମାନ, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ବିଧୁଭୂଷଣ ମହାପାତ୍ର, ସମ୍ବିତ ଶ୍ରୀଚନ୍ଦନ, ମୀର ମୁର୍ଶିଦ, ମହମ୍ମଦ ଏହିୟା, ମହମ୍ମଦ ୟାସିର, ସେକ ଟିକା, ସେକ ଅକ୍ତର, ସେକ ଅଜହରଙ୍କ ସମେତ ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.