ଭୁବନେଶ୍ୱର,୦୧/୦୬/୨୦୨୧(ଓଡ଼ିଶା ସମାଚାର)- ବିଶ୍ଵବ୍ୟାପୀ କରୋନା ମହାମାରୀର କରାଳ ଛାୟାରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରେଇ ବସିଥିବା ବେଳେ ବିଶ୍ୱସ୍ତରୀୟ କମ୍ପାନୀ ଜା’ ଲାଇଫଷ୍ଟାଇଲ ଏବେ ତା’ର ବିଜ୍ଞାପନ ଦର୍ଶକ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ଏବେ ଏହି ପ୍ରକ୍ରିୟାରେ ଇଚ୍ଛୁକ ପ୍ରାର୍ଥୀ ନିଜକୁ କେବଳ ପଞ୍ଜୀକୃତ କରି କାର୍ଯ୍ୟକ୍ରମର ଅଂଶୀଦାର ହେବା ସହ ଉତ୍ତମ ରୋଜଗାର ମଧ୍ୟ କରିପାରିବେ । ପୂର୍ବରୁ ସେଥିପାଇଁ କିଛି ଆବେଦନ ଶୁଳ୍କ ରହିଥିଲା ବେଳେ ବର୍ତ୍ତମାନ ବିନା ଶୁଳ୍କରେ ପ୍ରବେଶ କରିବାର ସୁଯୋଗ ରହିଛି । ଓଡ଼ିଶାର କୋଟି କୋଟି ବେକାର ଯୁବକ ଯୁବତୀ ଏହି ସୁଯୋଗର ନିଶ୍ଚିତ ଲାଭ ନେବା ପାଇଁ ଆହ୍ୱାନ କରିଛନ୍ତି ଭୁବନେଶ୍ୱରରୁ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ । ସୀମିତ ଅବଧି ପାଇଁ ଏହି ନିଶୁକ୍ଳ ପ୍ରବେଶ ସୁଯୋଗ ରହିଥିବାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଇଚ୍ଛୁକ ପ୍ରାର୍ଥୀମାନେ ତୁରନ୍ତ ଆବେଦନ କରିବାକୁ ଅନୁରୋଧ କରାଯାଇଛି । ପ୍ରବେଶ ସମେତ କମ୍ପାନୀ ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ରହିଛି । ଘରେ ରହି ନିଜର ସ୍ମାର୍ଟଫୋନରୁ ଏହି କମ୍ପାନୀର କାର୍ଯ୍ୟ ସମ୍ପାଦନ କରିବା ବ୍ୟବସ୍ଥା ଥିବାରୁ ସ୍ମାର୍ଟଫୋନ ଚଳାଇବାରେ ଦକ୍ଷ ସମସ୍ତ ଗୃହିଣୀଙ୍କ ସମେତ ଅବସରପ୍ରାପ୍ତ ସେନା କର୍ମଚାରୀ, ୧୮ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ପ୍ରାର୍ଥୀଙ୍କ ଯୋଗ ଦେବାରେ କୌଣସି ପ୍ରକାର ଅସୁବିଧା ଅନୁଭବ କଲେ ହେଲ୍ପ ଲାଇନ ନଂ 9348344426 ରେ ସମ୍ପର୍କ କରିବାକୁ କୁହାଯାଇଛି । ଓଡ଼ିଶା ସମାଚାର