Thursday , December 2 2021
Breaking News
Home / ବିଶେଷ / କରୋନା ଆକ୍ରାନ୍ତ ବୃଦ୍ଧଙ୍କ ଶବ ସତ୍କାର କଲେ ଟିମ ହ୍ୟୁମାନିଟର ସଦସ୍ୟ 

କରୋନା ଆକ୍ରାନ୍ତ ବୃଦ୍ଧଙ୍କ ଶବ ସତ୍କାର କଲେ ଟିମ ହ୍ୟୁମାନିଟର ସଦସ୍ୟ 

ବାଲିଗୁଡା,୦୧/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି  ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ରେ ପହଞ୍ଚିବା ପରେ ତା’ର ସତ୍କାର ନିମନ୍ତେ ବ୍ଲକ ବି.ଡି.ଓ ଟିମ୍‌ ହ୍ୟୁମାନିଟି କନ୍ଧମାଳ ଟିକାବାଲି ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଥିଲେ । ଖବର ଶୁଣିବା ପରେ ଟିମ୍‌ ହ୍ୟୁମାନିଟି କନ୍ଧମାଳର କାଠଗୋଲା (ଯାହାକି ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ )ରୁ କାଠ ଯୋଗାଡ଼ କରି ଚକାପାଦ ରେ ପହଞ୍ଚି ଥିଲେ । ଚକାପାଦ ତହସିଲଦାର, ବିଡ଼ିଓ , ଚକାପାଦ ବ୍ଲକ ଏଇ ଏବଂ ବ୍ରାହ୍ମଣପାଦ ମେଡିକାଲ ଅଫିସରଙ୍କ ଉପସ୍ଥିତିରେ ଟିମ୍‌ ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ର ଏବଂ ମୃତ ବୃଦ୍ଧଙ୍କ ଦୁଇ ପୁତୁରାଙ୍କ ଦ୍ୱାରା ଉକ୍ତ ଶବ ସତ୍କାର କରାଯାଇଥିଲା । ଟିମ୍‌ ହ୍ୟୁମାନିଟି କନ୍ଧମାଳ ଆଗରୁ ଏଭଳି ଅନେକ ଶବ ଦାହ କ୍ଷେତ୍ରରେ ନିଜକୁ ସାମିଲ୍‌ କରିସାରିଛି ଏବଂ ଆଗକୁ ଏଭଳି କାମ ପାଇଁ ସଦା ସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ବୋଲି ଟିମ ହ୍ୟୁମାନିଟିର ଆବାହକ ଭି. ଲୋକନାଥ ରାଜୁ କହିଛନ୍ତି । ଓଡିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *