Wednesday , May 31 2023
Home / ବିଶେଷ / ଲକଡାଉନରେ ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ଠାରୁ ୫ ହଜାର ଫାଇନ ଆଦାୟ

ଲକଡାଉନରେ ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ଠାରୁ ୫ ହଜାର ଫାଇନ ଆଦାୟ

ଭୁବନ ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ମାସାଧିକ କାଳ ଲକଡାଉନ/ସଟଡାଉନ ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ସରକାର କେବଳ ଅତ୍ୟାବଶ୍ୟକୀୟ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖରେ ଖାଇବାକୁ ଓ ଚଳିବାକୁ ଏବେ ପଇସା ନାହିଁ । ଗତକାଲି ସଂଧ୍ୟାରେ ସରକାର ଲକଡାଉନ କୁ ଜୁନ ୧୭ ଯାଏ ବୃଦ୍ଧି କରିବା ଫଳରେ କେତେକ କ୍ଷୁଦ୍ର ବ୍ୟବସାୟୀ ଲୁଚାଛପାରେ ଘଣ୍ଟେ ଦୁଇଘଣ୍ଟା ପାଇଁ ଦୋକାନ ଖୋଲି ୧୦୦/୨୦୦ ଟଙ୍କା ବେପାର କରିବାକୁ ବସିଥିବା ବେଳେ ପୋଲିସ ଚଢାଉ କରିଥିଲା । ଭୁବନ ଥାନା ତରଫରୁ ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କ ନିର୍ଦ୍ଧେଶରେ ଏଏସଆଇ ପ୍ରଭାତ କୁମାର ନାୟକ ନୂଆବଜାର,କାଳୀବଜାର ରେ ମାସ୍କ ଚେକିଙ୍ଗ କରୁଥିବା ବେଳେ ବିଭିନ୍ନ ଛୋଟ ଦୋକାନୀ ସଟର ଖୋଲି ବେପାର କରୁଥିବା ଦେଖି କେତେକଙ୍କୁ ସରକାରଙ୍କ ନିୟମ ମାନିବାକୁ ବୁଝାଶୁଝା କରିଥିଲେ ଓ ଆଉ କେତେକଙ୍କ ଠାରୁ ଫାଇନ ଆଦାୟ କରିଥିଲେ । ସମୁଦାୟ ୫ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି । ସରକାର ଲକଡାଉନ ବୃଦ୍ଧି କରୁଥିବା ବେଳେ ଦିନ ମଜୁରିଆ,ଖଟିଖିଆ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଦିଲ୍ଲୀ ଭଳି ଭତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.