Monday , March 27 2023
Breaking News
Home / ବିଶେଷ / ମହାମାରୀ ଓ ବାତ୍ୟାରେ ନିରବଚ୍ଛିନ୍ନ ଭାବେ ସହଯୋଗର ହାତ – ଚର୍ଚ୍ଚାରେ ଅରିନ୍ଦମ ସାର୍ଖେଲ

ମହାମାରୀ ଓ ବାତ୍ୟାରେ ନିରବଚ୍ଛିନ୍ନ ଭାବେ ସହଯୋଗର ହାତ – ଚର୍ଚ୍ଚାରେ ଅରିନ୍ଦମ ସାର୍ଖେଲ

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- କଥାରେ ଅଛି ‘ସମ୍ପଦେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା’ ବିପଦର ବନ୍ଧୁ ହେଉଛି  ପ୍ରକୃତ ବନ୍ଧୁ । ବର୍ଷାଧିକ କରୋନା ମହାମାରୀ ଏବଂ ଗତ ବାତ୍ୟା ‘ୟାସ୍’ରେ ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପ ତଥା ଏହାର ଆଖପାଖ ଅଂଚଳବାସୀ ସାହାଯ୍ୟ, ସହଯୋଗ ଓ ସାହାରା ଖୋଜୁଥିବା ବେଳେ, ପ୍ରଶାସନ ବ୍ୟତିତ ଆଉ କାହାରି ଦେଖାନଥିଲା । ଏ ପରିସ୍ଥିତିରେ ସ୍ଥାନୀୟ ଅଂଚଳର ଚର୍ଚ୍ଚିତ ସମାଜସେବୀ, ରାଜନେତା ତଥା ଶ୍ରମିକ ନେତା ଅରିନ୍ଦମ ସାର୍ଖେଲ (ବାପି ସାର୍ଖେଲ) ସାଧାରଣରେ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ରେ କାର୍ଯ୍ୟ କରୁଥିବା ଶ୍ରମିକ, ପାରାଦ୍ୱୀପ ବନ୍ଦର ରେ କାର୍ଯ୍ୟରତ ଠିକା ଶ୍ରମିକ ବା ଡିଏଲଆର୍ ସମେତ ସର୍ବସାଧାରଣ ନିମନ୍ତେ ୬ଟି ମାଗଣା ଆମ୍ବୁଲାନ୍ସ ଓ ଡାକ୍ତରୀ ପରାମର୍ଶସେବା, ଶିଳ୍ପ ସଂସ୍ଥା ମାନଙ୍କ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ କୋଭିଡ୍ ଟେଷ୍ଟ, ଚିକିତ୍ସା ଓ ଏତଦ୍ ଜନିତ ମୃତୁ୍ୟରେ ଅନୁକମ୍ପାମୂଳକ ଅର୍ଥ ପ୍ରଦାନ ଦାବି, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତ୍ୟେକ ବ୍ଳବ ଓ ପୌରାଂଚଳ ଏନଏସିରେ କୋଭିଡ୍ ପରିକ୍ଷା କେନ୍ଦ୍ର ସ୍ଥାପନ ସମେତ ପାରାଦ୍ୱୀପ ରେ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ଇତ୍ୟାଦି ନିମନ୍ତେ ସାର୍ଖେଲ ସରକାର, ପ୍ରଶାସନ ଓ ସ୍ଥାନୀୟ ଶିଳ୍ପସଂସ୍ଥା ନିକଟରେ ଦାବି କରିଥିଲେ । ଏଥିରୁ ଅନେକ ଦାବି ଏବେ ପୂରଣ ହେଉଥିବାର ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ପାରାଦ୍ୱୀପରେ ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟା, ଆଇଓସିଏଲ ରିଫାଇନାରୀ ପକ୍ଷରୁ ଶ୍ରମିକ ମାନଙ୍କୁ କୋଭିଡ୍ ପରିକ୍ଷା, ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ଠିକା ଶ୍ରମିକ ବା ଡିଏଲଆର୍ ମାନଙ୍କୁ ମାଗଣାରେ କୋଭିଡ୍ ପରିକ୍ଷା ସୁବିଧା ଅତ୍ୟତମ । ଏତଦ୍ ବ୍ୟତୀତ ଗତ ୟାସ୍ ବାତ୍ୟା ସମୟରେ ପ୍ରଶାସନ ବ୍ୟତୀତ ସାର୍ଖେଲ ବସ୍ତି ଅଂଚଳରେ ବୁଲି ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳିରେ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଥିଲେ । କିଛି ସ୍ଥାନରେ ବାତ୍ୟା ଆଶ୍ରିତ ଙ୍କ  ପାଇଁ ତାଙ୍କ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟ ପରିବେଶଣ କରାଯାଇଥିବା ଦେଖିବାକୁ ମିଳିଥିଲା । ମଝିରେ ସାର୍ଖେଲ କରୋନା ସଂକ୍ରମଣରେ ପିଡିତ ଓ ଚିକିତ୍ସିତ ହୋଇ ପୁନର୍ବାର ତାଙ୍କ ସେବା କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଜାରୀ ରଖିଥିବା ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ସମୀର ବିଶ୍ୱାଳ କହିଛନ୍ତି । ତେବେ ଏପରି ଅସମୟରେ ସାର୍ଖଲ ପାରାଦ୍ୱୀପ ଅଂଚଳ ପାଇଁ ଦେବଦୂତ ସାଜିଛନ୍ତି ବୋଲି ସାଧାରଣରେ ଖୁବ୍ ଚର୍ଚ୍ଚା ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.